କେତେ ସୁରକ୍ଷିତ ବିରଳ କୃଷ୍ଣସାର ମୃଗ ?

Published By : Prameya-News7 Bureau | July 23, 2018 IST

ଲଗାଣ ବର୍ଷାରେ ଭାସିଗଲେ କୃଷ୍ଣସାର ମୃଗ | ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର, ପ୍ରତାପପୁର ନିକଟ ବାଲିଆ ଖରଖରୀରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା | କୃଷ୍ଣସାର ମୃଗମାନେ ବିଲରେ ବୁଲୁଥିବା ବେଳେ ପାଣି ଚାରିଆଡେ ମାଡିଯାଇଥିଲା | ନଈ କୁଳରେ ଖରଖରୀ ରାସ୍ତା ଉପରକୁ ଆଶ୍ରୟ ନେବା ପାଇଁ ଚାଲିଆସିଥିଲେ ମୃଗମାନେ | ହେଲେ ପାଣି ରାସ୍ତା ଉପରେ ପ୍ରବାହ ହେବାରୁ ମୃଗମାନେ ଭାସିଯାଇଥିଲେ | ପ୍ରାୟ ୩୦୦ ମୃଗ ପାଣିରେ ଭାସିଥିବାର ଦେଖିବାକୁ ମିଳିଥିଲା | ସ୍ଥାନୀୟ ଯୁବକମାନେ ମୃଗମାନଙ୍କୁ ଉଦ୍ଧାର କରିଥିଲେ | ଏନେଇ ବନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ କେହି ତତ୍ପରତା ଦେଖାଇନଥିଲେ | ପରେ ଖଲିକୋଟ ବନ ବିଭାଗ କର୍ମଚାରୀମାନେ ପହଂଚି ସ୍ଥାନୀୟ ଯୁବକଙ୍କ ସହାୟତାରେ ମୃଗମାନଙ୍କୁ ଉଦ୍ଧାର କରିଥିଲେ | ଉଦ୍ଧାର ପରେ ମୃଗମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.