ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ରଣନୀତି ଓ ସ୍ଲୋଗାନ ପ୍ରସ୍ତୁତ, ୨୭ ସେପ୍ଟେମ୍ବର ଭାରତ ବନ୍ଦ ଲାଗି ଅଣ୍ଟା ଭିଡିଲେ କୃଷକ ସଙ୍ଗଠନ

25/09/2021 at 8:24 PM

ନୂଆଦିଲ୍ଲୀ ୨୫।୯: କୃଷକ ସଙ୍ଗଠନ ୨୭ ସେପ୍ଟେମ୍ବରରେ ଭାରତ ବନ୍ଦ ଆହ୍ୱାନ କରିଛନ୍ତି। ଏଥିଲାଗି ସେମାନଙ୍କ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ। ମିଳିତ କୃଷକ ମଞ୍ଚର ଗାଜିପୁର ବର୍ଡର ମୁଖପାତ୍ର ଜଗତାର ସିଂ ବାଜୱା ଏଥିଲାଗି ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି। ଏହି ବନ୍ଦ ଆହ୍ୱାନ ଦେଶରେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। କୌଣସି ସ୍ଥାନରେ କୌଣସି ପ୍ରକାର ହିଂସା, ଉପଦ୍ରବ ଭାରତ ବନ୍ଦ କାଳରେ ଆନ୍ଦୋଳନର ଅଂଶ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ବନ୍ଦ ପାଳନ ଲାଗି ମିଳିତ କୃଷକ ମୋର୍ଚ୍ଚା ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି। ସେହି ଅନୁସାରେ ସାରା ଦେଶରେ ଭାରତବନ୍ଦ କରାଯିବ ବୋଲି ବାଜୱା କହିଛନ୍ତି। ବିରୋଧ ଲାଗି କୃଷକ ସଙ୍ଗଠନ ସ୍ଲୋଗାନ ମଧ୍ୟ ବାଛି ସାରିଲେଣି। ‘ମୋଦି ସରକାରଙ୍କ ବିରୋଧରେ ଭାରତ ବନ୍ଦ’ ଏହାର ସ୍ଲୋଗାନ ରହିଛି। ଏହାକୁ ଲଗାଇ ଅନ୍ୟ ସ୍ଲୋଗାନ ମଧ୍ୟ ପ୍ରସ୍ତୁତ କରାଯାଇଛି ଯେପରି କି ମୋଦି କରିବେ ମଣ୍ଡି ବନ୍ଦ ଚାଷୀ କରିବେ ଭାରତ ବନ୍ଦ ଆଦି ଥିବା ବାଜୱା କହିଛନ୍ତି। ଏହି ବନ୍ଦ କାଳରେ ସାରା ଦେଶରେ ସବୁ ପ୍ରକାର ସାର୍ବଜନିକ ଗତିବିଧିକୁ ବନ୍ଦ କରାଯିବ।

ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦପ୍ତର ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥା, ବଜାର, ଦୋକାନ, ଉଦ୍ୟୋଗ, ସ୍କୁଲ, କଲେଜ, ୟୁନିଭର୍ସିଟି, ସବୁ ପ୍ରକାର ସାର୍ବଜନିକ ଯାତାୟାତ ଆଦି ଠପ କରାଯିବ। ତେବେ ଏହି ସମୟରେ ହସ୍ପିଟାଲ, ମେଡିସିନ ଷ୍ଟୋର, ଆମ୍ବୁଲାନ୍ସ, ଦମକଳ, ବିପର୍ଯ୍ୟୟ ପ୍ରସମନ, ବ୍ୟାକ୍ତିଗତ ଜରୁରିକାଳୀନ ସମସ୍ୟା ଆଦି ସହ ବନ୍ଦର କୌଣସି ସମ୍ପର୍କ ରହିବ ନାହିଁ ବୋଲି ବାଜୱା କହିଛନ୍ତି।

   Related Posts