ନୂଆଦିଲ୍ଲୀ ୧୧|୧: ଆଜିଠାରୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ । ଦିଲ୍ଲୀର ରାମଲୀଳା ମଇଦାନରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ ଅଧିବେଶନ । ଆଜି ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅଧିବେଶନରେ ଉଦବୋଧନ ଦେବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିବେଶନରେ ଯୋଗ ଦେଇ ଉଦବୋଧନ ଦେବେ । ଏହାସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଓ ଦଳୀୟ ନେତା ଏହି ଅଧିବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅଧିବେଶନରେ ଆଗାମୀ ଲୋକସଭା ନିର୍ବାଚନରେ କଣ ଷ୍ଟ୍ରାଟେଜି ରହିବ, ଦଳ କିପରି ଭାବରେ ଭଲ ପ୍ରଦର୍ଶନ କରିବ ସେନେଇ ବିଶେଷ ଭାବରେ ଆଲୋଚନା କରାଯିବ । ନିର୍ବାଚନ ପୂର୍ବରୁ ଏହା ହେଉଛି ବିଜେପିର ଶେଷ ରାଷ୍ଟ୍ରୀୟ ଅଧିବେଶନ ।
‘ପ୍ରକୃତ ସ୍ୱାଧୀନତା’ ମନ୍ତବ୍ୟକୁ ନେଇ ମୋହନ ଭାଗବତଙ୍କ...