ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

କେସିଆରର ରାଷ୍ଟ୍ରୀୟ ପାର୍ଟିକୁ ବିଜେପିର ଆକ୍ଷେପ, ନାମ ବଦଳାଇବା ଘୁଷୁରିକୁ ଲିପିଷ୍ଟିକ ଲଗାଇବା ସହ ସମାନ

5/10/2022 at 8:08 PM

ହାଇଦ୍ରାବାଦ: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବୁଧବାର ରାଷ୍ଟ୍ରୀୟ ପାର୍ଟିର ଶୁଭାରମ୍ଭ କରିଛନ୍ତି।ରାଜ୍ୟ ବିଜେପି ସଭାପତି ବନ୍ଦୀ ସଞ୍ଜୟ କୁମାର ଏହାକୁ ନେଇ ପରିହାସ କରିଛନ୍ତି। ସେ କହିଛନ୍ତି ନୂତନ ପାର୍ଟି ଗଠନ କରିବା ଘୁଷୁରିକୁ ଲିପିଷ୍ଟିକ୍ ଲଗାଇବା ସହ ସମାନ। କେସିଆର ନିଜର ତେଲେଙ୍ଗାନା ରାଷ୍ଟ୍ର ସମିତି ପାର୍ଟିର ନାମ ବଦଳାଇ ଭାରତ ରାଷ୍ଟ୍ର ସମିତି ରଖିଛନ୍ତି।

ସୂଚନାଯୋଗ୍ୟ, ପାର୍ଟିର ପତାକାରେ ପୂର୍ବ ପରି କାରର ଚିହ୍ନ ରହିବ। ପତାକାର ଚାରି ପାଖ ଭାରତର ମାନଚିତ୍ର ପରି ହେବ। କେସିଆରଙ୍କ ରାଷ୍ଟ୍ରୀୟ ପାର୍ଟି ଗଠନ ପରେ ତାଙ୍କ ପୁଅ କେଟିଆରଙ୍କୁ ଜବାବ ଦେଇ ବନ୍ଦୀ ସଞ୍ଜୟ କୁମାର କହିଛନ୍ତି, ଟିଆରଏସରୁ ନାମ ବଦଳାଇ ବିଆରଏସ କରିବା ଘୁଷୁରିକୁ ଲିପିଷ୍ଟିକ ଲଗାଇବା ପରି ସମାନ। କେଟିଆର କହୁଛନ୍ତି ତାଙ୍କ ବାପା ଗେମଚେଞ୍ଜର ହେବାକୁ ଯାଉଛନ୍ତି, ମାତ୍ର ସେ ତ ନେମଚେଞ୍ଜର ହୋଇଗଲେ ବୋଲି ତେଲେଙ୍ଗାନା ବିଜେପି ସଭାପତି ତାର୍ତ୍ସଲ୍ୟ କରିଛନ୍ତି।

କେଟିଆର ଭାରତ ରାଷ୍ଟ୍ର ସମିତି ପାର୍ଟିର କାର୍ଯ୍ୟକାରୀ ସଭାପତି। ଅନ୍ୟପକ୍ଷେ ତେଲେଙ୍ଗାନା ବିଜେପି ମୁଖପାତ୍ର କେ କୃଷ୍ଣ ସାଗର ରାଓ କହିଛନ୍ତି, ଯେଉଁ ପାର୍ଟି ରାଜ୍ୟରେ ହିଁ ସଙ୍କଟର ସାମ୍ନା କରୁଛି ଏବଂ ଆର୍ଥିକ ସଙ୍କଟ ଦେଇ ଗତି କରୁଛି, ଏହାକୁ ରାଷ୍ଟ୍ରୀୟ ପାର୍ଟି ଗଠନ କରିବା ବେକାର କାମ। ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଟିଆରଏସରୁ ନାମ ବଦଳାଇ ବିଆରଏସ କରି ଦେଲେ କୌଣସି ଦଳ ରାଷ୍ଟ୍ରୀୟ ପାର୍ଟି କେମିତି ହୋଇ ପାରିବ।

   Related Posts