ଶାହନୱାଜ ହୁସେନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେପି ନେତା

Published By : Prameya-News7 Bureau | August 18, 2022 IST

ନୂଆଦିଲ୍ଲୀ: ବିଜେପି ନେତା ଶାହାନୱାଜ ହୁସେନଙ୍କ ବିରୋଧରେ ଦୁଷ୍କର୍ମ ମାମାଲ ରୁଜୁ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସୁପ୍ରିମ କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ଶାହାନୱାଜ୍। ସୁପ୍ରିମକୋର୍ଟରେ ମାମଲାକୁ ତୁରନ୍ତ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି। ୨୦୧୮ରେ ଘଟିଥିବା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶାହନୱାଜ ହୁସେନ୍‌ଙ୍କ ପିଟିଶନ ଖାର କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଘଟଣର ତଦନ୍ତ କରିବାକୁ ୩ ମାସ ସମୟ ଦେଇଛନ୍ତି କୋର୍ଟ।

ଘଟଣାକୁ ନେଇ ଜଣେ ବରିଷ୍ଠ ଓକିଲ କହିଛନ୍ତି ଯେ ଯଦି ମାମଲା ରୁଜୁ ହୁଏ ତେବେ ଏହି ଆବେଦନ ନିଷ୍ଫଳ ହୋଇଯିବ ଓ ଶାହନୱାଜ ହୁସେନ୍‌ଙ୍କର ୩୦ ବର୍ଷର ଲମ୍ବା ରାଜନୈତିକ କ୍ୟାରିୟର ମାଟିରେ ମିଶିଯିବ। ତାଙ୍କ ଛବି ଖରାପ ହୋଇଯିବ। ସୁପ୍ରିମକୋର୍ଟରେ ମାମଲା ଦାୟର ହେବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ କହିଛନ୍ତି ମାମଲାର ଶୁଣାଣି ଆସନ୍ତା ସପ୍ତାହରେ ହେବ।    

ତେବେ ଆଜି ଶାହାନୱାଜଙ୍କ ମାମଲା ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ ତଥ୍ୟ ଦଖିବା ପରେ ଜଣାପଡୁଛି ଯେ ପୁଲିସ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପଛଘୁଞ୍ଚା ଦେଉଛି।  ନିମ୍ନ ଅଦାଲତ ବି ପୁଲିସଙ୍କ ତର୍କ ଗ୍ରହଣ ନ କରି ମହିଳାଙ୍କ ମାମଲାକୁ ଗ୍ରହଣ କରିଛନ୍ତି। ତେମୁ ପୁଲିସ ତରନ୍ତ ମାମଲା ରୁଜୁ କରୁ ବୋଲି କୋର୍ଟ କହିଛନ୍ତି।

ସୂଚନା ଥାଉକି ଜାନୁଆରୀ ୨୦୧୮ ଜାନୁଆରୀ ଦିଲ୍ଲୀର ମହିଳା ହୁସେନ୍‌ଙ୍କ ବିରୋଧରେ ମାମାଲ ରୁଜୁ କରିବାକୁ ନିମ୍ନ ଅଦାଲତରେ ପିଟିସନ ଦାଖଲ କରିଥିଲେ। ହୁସେନ୍‌ ତାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା ଧମକ ଦେଇଛନ୍ତି ବୋଲି ମହିଳା ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.