oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ହିଂସାର ଶିକାର ହେଉଛନ୍ତି : ସମୀର ମହାନ୍ତି

19/10/2021 at 2:44 PM

ଭୁବନେଶ୍ବର ୧୯।୧୦: ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ହିଂସାର ଶିକାର ହେଉଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ସେ କହିଛନ୍ତି, ଓଡିଶାରେ ସର୍ବାଧିକ ୬୨ଟି ଜନଜାତି ବସବାସ କରନ୍ତି । ୧୩ ପ୍ରକାର ଆଦିମ ଜନଜାତି ଅଛନ୍ତି । ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର ବିଭିନ୍ନ ଯୋଜନା କରୁଛି । ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ସ୍ବତନ୍ତ୍ର ଅଧିକାର ପ୍ରଦାନ କରାଯାଇଛି । ରାଜ୍ୟରେ ଟିଏସି ଅଛି । ସେଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଅଛନ୍ତି । ହେଲେ ରାଜ୍ୟରେ ବୈଠକ ବସୁନାହିଁ । ଅନୁସୂଚିତ ଜାତି ଲୋକଙ୍କୁ ସେମାନଙ୍କ ଅଧିକାର ମିଳୁନାହିଁ । ଆଦିମ ଜନଜାତି ବସବାସ କରୁଥିବା ଜିଲ୍ଲା ଗୁଡିକୁ ଆକାଂକ୍ଷୀ ଜିଲ୍ଲା କରାଯାଉଛି । ବିଭିନ୍ନ ମାଇକ୍ରୋ ପ୍ରକଳ୍ପ ସେଠାରେ ଚାଲିଛି । କେନ୍ଦ୍ର ସରକାର ୭୨୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।

୧୯୭୨ ମସିହାରୁ ପ୍ରଥମେ ବଣ୍ଡା ଡ଼େଭେଲପମେଣ୍ଟ ଏଜେନ୍ସି ମାଧ୍ୟମରେ ଆସୁଛି । ବ୍ୟାପକ ଅର୍ଥ କେନ୍ଦ୍ରରୁ ଆସୁଛି । କିନ୍ତୁ ହିତାଧିକାରୀଙ୍କ ପାଖକୁ ପହଞ୍ଚିପାରୁନାହିଁ । ଜଙ୍ଗଲ, ଜଳ ଓ ଜମି ମୂଳ ଆଧାର । ୧୯୯୬ରୁ ପେସା ଆଇନ ଗଠନ ହୋଇଛି । କିନ୍ତୁ ରାଜ୍ୟରେ ପେସା ଆଇନ ପାଳନ କରାଯାଉନାହିଁ । ଅନୁସୂଚିତ ଜନଜାତିର ୯୫% ମହିଳା ରକ୍ତ ହୀନତା ଓ ୬୫% ପ୍ରତିଶତ ଶିଶୁ ପୁଷ୍ଟିହୀନତାର ଶିକାର । ଆଦିବାସୀ ଅଧ୍ୟୁଷିତ ଗାଁକୁ ରାସ୍ତା ନାହିଁ ।

ଅନୁସୂଚିତ ଜନଜାତିଙ୍କୁ ପୋଲିସଠାରୁ ନ୍ୟାୟ ନମିଳିବାରେ ଓଡିଶା ଦେଶରେ ଏକ ନମ୍ବର । ମୋହନ ମାଝି ମଧ୍ୟ ବିଦ୍ବେଷ ଓ ହିଂସାର ଶିକାର ହୋଇଛନ୍ତି । ଶାସକ ଦଳର ନେତା ଏଭଳି କରିଥିବା ନେଇ ସୋସିଆଲ ମିଡିଆରେ ଅଡିଓ ଭାଇରାଲ ହେଲା । ଜିଲ୍ଲା ପୋଲିସ ଓ ପ୍ରଶାସନ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଲା । ମୋହନ ମାଝିଙ୍କୁ ଯେଉଁ ଶାସକ ଦଳ ନେତା ବେଇଜତ କରିଛନ୍ତି । ତାଙ୍କର କଲ୍ ରେକେର୍ଡ଼ କାହିଁକି ଯାଞ୍ଚ କରାଗଲା ନାହିଁ ।

କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ବର ଟୁଡୁ ମଧ୍ୟ ବେଇଜତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ବୈଠକ କରିବେ ହେଲେ ସେଥିରେ ଅଧିକାରୀମାନେ ଉପସ୍ଥିତ ରହିବେ ନାହିଁ । ସରକାର ତଳିଆ କର୍ମଚାରୀମାନଙ୍କୁ ବ୍ୟବହାର କରି ଆଦିବାସୀ ମନ୍ତ୍ରୀ ଓ ବିଧାୟକମାନଙ୍କୁ ବେଇଜତ କରୁଛନ୍ତି ।

ଅକ୍ଟୋବର ୧୦ ତାରିଖରେ ବୋମାମାଡ଼ ହୋଇଥିଲା । ଏଥିରେ ଆଦିବାସୀ ହିସାବରେ ନିର୍ଯାତନା ଦିଆଯାଇଛି । ସରକାରୀ ଦଳର ନେତାମାନଙ୍କୁ ପୋଲିସ ସୁରକ୍ଷା ଦେଉଛି । ବିଜେଡ଼ି ନେତାଙ୍କ ଚାପରେ ଖଣି ବ୍ୟବସାୟ କଥା ବୁଝୁଛନ୍ତି ସରକାରୀ ଅଧିକାରୀ । ରାଜା ଚକ୍ରଙ୍କୁ ସୁରକ୍ଷା ଦେଉଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ।

ଏହି ଅବସରରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସାଧାରଣ ସମ୍ପାଦକ ରବି ନାଏକ, ପୂର୍ବତନ ସାଂସଦ ବଳଭଦ୍ର ମାଝି ଏବଂ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଉପସ୍ଥିତ ଥିଲେ ।

   Related Posts