ଭୁବନେଶ୍ଵର: ଓଡ଼ିଶା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚି ଗଲାଣି। ଲୋକସଭା ସହ ବିଧାନସଭାରେ ବିଜେପି ଆଶାତୀତ ସଫଳତା ହାସଲ କରିଛି। ବିଜେପି ୮୦ଟି ସିଟ୍ରେ ଆଗୁଆ ରହି ସରକାର ଗଠନ କରିବାର ଦ୍ଵାର ଦେଶରେ ପହଞ୍ଚିଛି। ବିଜେଡି ୪୯ ସିଟ୍ରେ ଅଗ୍ରଣୀ ହାସଲ କରିଛି। ଏବେ ଗୋଟିଏ ପରେ ଗୋଟିଏ ସିଟର ଫଳାଫଳ ସାମ୍ନାକୁ ଆସିବାରେ ଲାଗିଛି।ଏହି କ୍ରମରେ ପୁରୀରର ସତ୍ୟବାଦୀ ବିଧାନସଭା ସିଟରୁ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ବାଜିମାତ କରିଛନ୍ତି। ସେ ବିଜେଡିର ନିକଟତମ ପ୍ରତିଦ୍ଵନ୍ଦ୍ଵୀ ସଞ୍ଜୟ ଦାଶ ବର୍ମାଙ୍କୁ ହରାଇଛନ୍ତି।
ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶଙ୍କୁ ୮୭୨୯୪ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାଶ ବର୍ମାଙ୍କୁ ୬୯୫୮୬ ଖଣ୍ଡ ଭୋଟ ମିଳିଛି। ଏହା ସହିତ ଓମ୍ ପ୍ରକାଶ ୧୭ ହଜାର ୭୦୮ ଖଣ୍ଡ ଭୋଟ୍ରେ ଜିତିଛନ୍ତି। ସେହିଭଳି କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ରଥଙ୍କୁ ୨୧୯୯ ଖଣ୍ଡ ଭୋଟ ପାଇଛନ୍ତି।
Also read: ହାରିଗଲେ ଓଲିଉଡ୍ କୁଇନ୍ ବର୍ଷା ପ୍ରୀୟଦର୍ଶିନୀ, ଜିତିଲେ ବିଜେପି ପ୍ରାର୍ଥୀ ଅମର କୁମାର ନାୟକ
ସ୍ବାଧୀନ ପ୍ରାର୍ଥୀ କାମାକ୍ଷା ପ୍ରସାଦ ପ୍ରଧାନଙ୍କୁ ୨୫୫୭ ଖଣ୍ଡ ଭୋଟ। ସିପିଆଇ ପ୍ରାର୍ଥୀ ଅଶୋକ ପ୍ରଧାନଙ୍କୁ ୩୮୭ ଖଣ୍ଡ ଭୋଟ, ବହୁଜନନ ସମାଜ ପାର୍ଟି ପ୍ରାର୍ଥୀ ଜଗନ୍ନାଥ ଭୋଇଙ୍କୁ ୬୧୦ ଖଣ୍ଡ ଭୋଟ। ସ୍ବାଧୀନ ପ୍ରାର୍ଥୀ ସତ୍ୟବାଦି ରାଧାମୋହନ ବିଶ୍ବାଳଙ୍କୁ ୧୬୯ ଖଣ୍ଡ ଭୋଟ। ସେହିଭଳି ସ୍ବାଧୀନ ପ୍ରାର୍ଥୀ କୌଳାଶ ଚନ୍ଦ୍ର ପ୍ରଧାନଙ୍କୁ ୧୬୫ ଖଣ୍ଡ, ସ୍ବାଧୀନ ପ୍ରାର୍ଥୀ ଦେବୀ ପ୍ରସାଦ ୧୩୧ ଖଣ୍ଡ ଭୋଟ, ମୋ ଦଳ ପ୍ରାର୍ଥୀ ପବିତ୍ର ରାଉତ୍ତରାୟଙ୍କୁ ୯୭ ଖଣ୍ଡ ଭୋଟ ପଡିଥିବା ବେଳେ ନୋଟାରେ ୪୭୭ ଖଣ୍ଡ ଭୋଟ ମିଳିଛି।