ରାଜ୍ୟସଭାରେ ୯୦ରୁ ବି ତଳକୁ ଖସିଲା ବିଜେପିର ସଂଖ୍ୟା, କେଉଁ ପାର୍ଟିର କେତେ ସାଂସଦ ଦେଖନ୍ତୁ ପୁରା ନମ୍ବର ଗେମ୍

Published By : Prameya-News7 Bureau | July 15, 2024 IST

ନୂଆଦିଲ୍ଲୀ ୧୫।୭: ଗତ କିଛି ବର୍ଷରେ ପ୍ରଥମ ଥର ରାଜ୍ୟସଭାରେ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦଙ୍କ ସଂଖ୍ୟା ୯୦ରୁ ବି ତଳକୁ ଖସିଛି। ତେବେ ରିକ୍ତ ପଦବୀ ପୂରଣ ପାଇଁ ହେବାକୁ ଥିବା ଉପନିର୍ବାଚନରେ ବିଜେପି ଓ ତାର ସହଯୋଗୀ ଦଳ ନା କେବଳ ଏବେକା କ୍ଷତିକୁ ଭରଣା କରିବେ ବରଂ ନିଜର ସ୍ଥିତିକୁ ଉଚ୍ଚ ସଦନରେ ଆହୁରି ମଜଭୁତ କରିବେ। ଏଥି ପାଇଁ ଏନଡିଏ ଏବେ ବିହାର, ମହାରାଷ୍ଟ୍ର, ଆସାମ ସମେତ ହରିୟାଣା, ମଧ୍ୟପ୍ରଦେଶ ଓ ରାଜସ୍ଥାନର ରିକ୍ତ ସାଂସଦ ପଦ ଉପରେ ଆଖି ପକାଇଛି। 

ଏହା ଛଡା ସରକାରଙ୍କ ଦ୍ୱାରା ୪ ମନୋନୀତ ସଦସ୍ୟଙ୍କ ନିଯୁକ୍ତି ମଧ୍ୟ ହେବ। ସାଧାରଣତଃ ମନୋନୀତ ସଭ୍ୟ କ୍ଷମତାସୀନ ଦଳ ସପକ୍ଷରେ ଥାନ୍ତି। ତେବେ କେଉଁ ପାର୍ଟି ସହ ସେମାନେ ନିଜକୁ ସମ୍ବଦ୍ଧିତ କରିବା ତାହା ମନୋନୀତ ସଦସ୍ୟଙ୍କ ଉପରେ ନିର୍ଭର କରେ। ଏଥି ପାଇଁ ସେମାନେ ସ୍ୱାଧୀନ। ତେବେ ପାରମ୍ପରିକ ରୂପେ ସେମାନେ ସେହି ସରକାରଙ୍କ ଏଜେଣ୍ଡାକୁ ସମର୍ଥନ କରନ୍ତି ଯେଉଁ ପାର୍ଟି ତାଙ୍କୁ ମନୋନୀତ କରିଥାଏ। 

ରାଜ୍ୟସଭାରେ ଏବେ ମୋଟ ସଦସ୍ୟଙ୍କ ସଂଖ୍ୟା ୨୨୬। ଏଥିରେ ବିଜେପିର ୮୬ ଜଣ ଥିବା ବେଳେ କଂଗ୍ରେସର ୨୬, ତୃଣମୂଳ କଂଗ୍ରେସର ୧୩ ସଦସ୍ୟ ଅଛନ୍ତି। ଏବେ ଉଚ୍ଚସଦନରେ ୧୯ଟି ପଦବୀ ରିକ୍ତ ପଡିଛି। ତେଲେଙ୍ଗାନାରେ କଂଗ୍ରେସ ତାର ଗୋଟିଏ ଆସନ ହାତେଇ ନେବ ବୋଲି ଆଶା ବାନ୍ଧିଛି। ଏହି ଆସନଟି ଭାରତୀୟ ରାଷ୍ଟ୍ର ସମିତି (ବିଆରଏସ)ର କେ.କେ. କେଶବ ରାଓଙ୍କ ଇସ୍ତଫା ଯୋଗୁ ଖାଲି ହୋଇଛି। ହୁଏତ କଂଗ୍ରେସ ତେଲେଙ୍ଗାନା ସିଟ୍‌ ଟି ନେଇପାରେ ହେଲେ ରାଜସ୍ଥାନରେ ଗୋଟିଏ ସିଟ୍ ହରାଇବାକୁ ପଡିବ। କାରଣ ବିଧାନସଭାରେ ବିଜେପିର ବହୁମତ ରହିଛି। 

ନିର୍ବାଚନ ଆୟୋଗ ଏପର୍ଯ୍ୟନ୍ତ ୧୧ ସଦସ୍ୟଙ୍କ ଇସ୍ତଫା ଯୋଗୁ ଖାଲି ହୋଇଥିବା ରାଜ୍ୟସଭା ଆସନ ନିମନ୍ତେ ଉପନିର୍ବାଚନ ଘୋଷଣା କରି ନାହାନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୨୪୫ ସଦସୀୟ ଲୋକସଭାରେ ୧୯ଟି ଆସନ ଖାଲି ପଡିଛି। ଏଥିରୁ ୪ଟି ଜମ୍ମୁ ଓ କାଶ୍ମୀରର। ଏହି ପୂର୍ବବର୍ତ୍ତି ରାଜ୍ୟକୁ ୨୦୧୯ରେ କେନ୍ଦ୍ର ଶାସିତ ପ୍ରଦେଶରେ ପରିଣତ କରାଯାଇଥିଲା। ଏବେବି ସେଠାରେ ବିଧାନସଭା ଗଠନ ହୋଇ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.