କର୍ଣ୍ଣାଟକରେ ପରାଜୟ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଅନ୍ତର ଆରମ୍ଭ: ମମତା ବାନାର୍ଜୀ

Published By : Prameya-News7 Bureau | May 13, 2023 IST

କୋଲକାତା:  କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିଥିବା କଂଗ୍ରେସକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେ ଦାବି କରିଛନ୍ତି ଯେ, ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ୧୦୦ ସିଟ୍‌ ବି ଅତିକ୍ରମ କରି ପାରିବ ନାହିଁ। ମୁଁ କର୍ଣ୍ଣାଟକବାସୀ ଏବଂ ସମସ୍ତ ଭୋଟରଙ୍କୁ ସାଲ୍ୟୁଟ୍ କରୁଛି। ବିଜୟୀ ପ୍ରାର୍ଥୀଙ୍କୁ ବିଜୟ ପାଇଁ ଅଭିନନ୍ଦନ। ଆଗକୁ ଛତିଶଗଡ଼ ଏବଂ ମଧ୍ୟ ପ୍ରଦେଶ ନିର୍ବାଚନ ହେବାକୁ ଯାଉଛି। ମୋତେ ଲାଗୁଛି ବିଜେପି ଦୁଇ ରାଜ୍ୟରେ ନିର୍ବାଚନ ହାରିବ। ଲୋକସଭା ନିର୍ବାଚନ ପୂର୍ବରୁ ଏହା ବିଜେପିର ଅନ୍ତର ଆରମ୍ଭ। ଏବେ ମୋତେ ଲାଗୁନି ବିଜେପି ୧୦୦ ଲୋକସଭା ଆସନ ଅତିକ୍ରମ କରିବ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କହିଛନ୍ତି, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କ୍ରୁର ଅଧିନାୟକବାଦୀ ଏବଂ ବହୁସଂଖ୍ୟକବାଦୀ ରାଜନୀତି ପରାଜିତ ହୋଇଛି। ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ମମତା କହିଛନ୍ତି, ପରିବର୍ତ୍ତନ ପକ୍ଷରେ ନିର୍ଣ୍ଣାୟକ ଜନାଦେଶ ପାଇଁ କର୍ଣ୍ଣାଟକବାସୀଙ୍କୁ ମୋର ସଲାମ। ଯେବେ ଲୋକେ ବହୁଳତା ଏବଂ ଗଣତାନ୍ତ୍ରିକ ଶକ୍ତିଙ୍କୁ ଜିତାଇବା ପାଇଁ ଚାହିଁବେ, ତେବେ ସେମାନଙ୍କୁ କେହି ଦବାଇ ପାରିବେ ନାହିଁ। ଏହା ନେତାଙ୍କ ପାଇଁ ଉଚିତ୍ ଶିକ୍ଷା।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ କ୍ଷମତା ବିରୋଧୀ ଲହରର ବେଶ ଫାଇଦା ଉଠାଇଛି କଂଗ୍ରେସ। ଦଳ ସ୍ପଷ୍ଟ ବହୁମତ ସହ ସରକାର ଗଠନ କରିବାକୁ ଯାଉଛି। ୨୨୪ ଆସନରୁ କଂଗ୍ରେସ ୧୩୬ଟି ଜିତି ଐତିହାସିକ ବିଜୟ ହାସଲ କରିଥିବା ବେଳେ ବିଜେପି ୬୫ ଆସନକୁ ଖସି ଆସିଛି। ୧୯୮୯ର ବିଧାନସଭା ନିର୍ବାଚନ ପରେ କଂଗ୍ରେସର ଏହା ସବୁଠୁ ବଡ଼ ବିଜୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.