ବିଜେପି ଫୋକସରେ ଓଡ଼ିଶା, ପ୍ରଚାର ପାଇଁ କାଲିଠୁ ଓଡ଼ିଶା ଆସିବେ ବହୁ ହେଭିଓ୍ଵେଟ୍, ମୋଦୀ ଗ୍ୟାରେଣ୍ଟିକୁ ଅସ୍ତ୍ର କରିବ ଦଳ

Published By : Prameya-News7 Bureau | February 12, 2024 IST

ଭୁବନେଶ୍ଵର: ୨୪ ନିର୍ବାଚନ ପାଇଁ ବିଜେପିର କସରତ । ରଣନିତୀ ପ୍ରସ୍ତୁତ ଲାଗି ଦଳୀୟ କାର୍ଯ୍ୟାଳୟରେ  ପଦାଧୀକାରୀଙ୍କ ବୈଠକ । ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ଏବଂ ସହ ନିର୍ବାଚନ ପ୍ରଭାରୀ  ଲତା ଉସେଣ୍ଡିଙ୍କ  ଉପସ୍ଥିତିରେ ମାନସ ମନ୍ଥନ କରିଛନ୍ତି ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ବ । ସେପଟେ ଆସନ୍ତା କାଲିଠୁ ଜଣକ ପରେ ଜଣେ କେନ୍ଦ୍ରୀୟ ବିଜେପି ନେତାଙ୍କ ଓଡିଶା ଗସ୍ତର ସିଡ୍ୟୁଲ ରାଜ୍ୟ ବିଜେପି ଶିବିରକୁ ଚଳଚଞ୍ଚଳ କରିଛି ।

ବିଜେପି ଫୋକସରେ ଓଡ଼ିଶା ।  ୨୪ ନିର୍ବାଚନ ପାଇଁ ଆରମ୍ଭ ହେଲାଣି କ୍ଷେତ୍ର ପ୍ରସ୍ତୁତି ।  ପ୍ରଚାର ପାଇଁ ଓଡ଼ିଶା ଆସବେ ବହୁ ହେଭିଓ୍ବେଟ୍‌ । ମୋଦୀ ଗ୍ୟାରେଣ୍ଟିକୁ ଅସ୍ତ୍ର କରିବ ଦଳ । ୨୪ ନିର୍ବାଚନ ପାଇଁ କେନ୍ଦ୍ରୀୟ ବିଜେପି ନେତାଙ୍କ ଫୋକସରେ ଓଡିଶା । ଫେବୃଆରୀରୁ ଆରମ୍ଭ ହେବ ରାଷ୍ଟ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ । ମୋଦି ଗ୍ୟାରେଣ୍ଟିକୁ ଅସ୍ତ୍ର କରି ଲୋକଙ୍କ ପାଖରେ ପହଞ୍ଚିବାକୁ କାଲିଠୁ ଆସିବେ ଜଣଙ୍କ ପରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ହେଭିଓ୍ବେଟ୍‌ । ମିଶନ ୧୨୦ ସଫଳ କରିବାକୁ ଇଏ ହେଉଛି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମାନସ ମନ୍ଥନ । ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ଏବଂ ସହ ନିର୍ବାଚନ ପ୍ରଭାରୀ  ଲତା ଉସେଣ୍ଡିଙ୍କ  ଉପସ୍ଥିତିରେ ରାଜ୍ୟର ଶୀର୍ଷ ନେତୃତ୍ବ ପ୍ରସ୍ତୁତ କରିଛନ୍ତି ରଣନୀତି ।

{"id":908242,"sizeSlug":"full","linkDestination":"none"}

କାଲି ଓଡିଶା ଆସିବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂହ ଚୌହାନ ।  କଟକ ଓ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ଗସ୍ତକରି ଦଳର ସାଙ୍ଗଠନିକ ସ୍ଥିତି ସମୀକ୍ଷା କରିବେ । ଆସନ୍ତା ୧୫ ତାରିଖରେ ଓଡ଼ିଶା  ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ପୁରୀ ଲୋକସଭା କ୍ଷେତ୍ରରେ ସମୀକ୍ଷା କରିବେ । ସେହିଭଳି ଆସନ୍ତା  ୨୨ ତାରିଖରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେମିତି ଚଳିତ ମାସ ଶେଷ ବେଳକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡିଶା ଆସି ଲୋକଙ୍କ ପାଖରେ ମୋଦି ଗ୍ୟାରେଣ୍ଟିର ବାର୍ତ୍ତା ପହଞ୍ଚାଇବେ। 

{"id":908243,"sizeSlug":"full","linkDestination":"none"}

ସେପଟେ ବିଜେପିର ଫୋକସ ଓଡ଼ିଣା ରଣନୀତିକୁ ବାସ୍ତବ ରୂପ ଦେବା ଲାଗି ଆଜି ଦଳୀୟ କାର୍ଯ୍ୟାଳୟରେ ହୋଇଛି ପଦାଧୀକାରୀଙ୍କ ବୈଠକ । ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ଏବଂ ସହ ନିର୍ବାଚନ ପ୍ରଭାରୀ  ଲତା ଉସେଣ୍ଡିଙ୍କ  ଉପସ୍ଥିତିରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତିଙ୍କ ସମେତ ରାଜ୍ୟ ବିଜେପି ପଦାଧୀକାରୀମାନେ ଅଙ୍କ କଷିଛନ୍ତି । ବୁଥ ଚାଲ ଅଭିଯାନ, ଗାଁକୁ ଚାଲ ଅଭିଯାନ, ଶକ୍ତି ବନ୍ଦନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ସହ ଜିଲ୍ଲାରେ ରାଜନୈତିକ ସ୍ଥିତି, ଆଶାୟୀଙ୍କ ଲୋକପ୍ରିୟତା ଆଦିର ସମୀକ୍ଷା ହୋଇଛି ।

{"id":908244,"sizeSlug":"full","linkDestination":"none"}

ଏହା ସହ ବିଭିନ୍ନ ମୋର୍ଚ୍ଚା ପଦାଧିକାରୀ ଓ ମିଡିଆ ସେଲ ସହ ଆଲୋଚନା ହୋଇଛି । ଓଡ଼ିଶାରେ ନିଶ୍ଚିତ ସରକାର ଗଠନ ପାଇଁ ଦମ୍ଭୋକ୍ତି କରିଛନ୍ତି ବିଜେପି ନେତା । ଓଡିଶାରୁ ସର୍ବାଧିକ ବିଜେପି ସାଂସଦ ଜିତିବେ ସେଥିପାଇଁ ରଣନୀତିକୁ  ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବା ପାଇଁ ଫୁଲ୍ ଦମ ଲଗାଇଛି ବିଜେପି । ସେପଟ ମିଶ୍ରଣ ପର୍ବ କରି ବିଭିନ୍ନ ଦଳର ନେତା ଓ କର୍ମୀଙ୍କୁ ଦଳରେ ସାମିଲ କରି ବଳ ବଢ଼ାଇବା ପ୍ରୟାସରେ ରହିଛି ବିଜେପି । ଏହି କ୍ରମରେ ଆଜି ମଧ୍ୟ ବିଭିନ୍ନ ଦଳର ନେତା ବିଜେପିରେ ମିଶିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.