ଭୁବନେଶ୍ବର ୧୯/୭: ରାଜ୍ୟ ବିଜେପିର ୩ ‘ସ’ ଥିଓରୀ । ସରକାର,ସଂଗଠନ ଓ ସାଧାରଣ ଲୋକ । ସରକାର ଓ ଲୋକଙ୍କ ମଧ୍ୟରେ ସେତୁ ହୋଇ କାମ କରିବ ସଂଗଠନ । ବିଜେପି ପଦାଧିକାରୀ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଦଳର ଉପସଭାପତି ଗୋଲକ ମହାପାତ୍ର । ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖକୁ ନେବା ଓ ଲୋକଙ୍କ ସମସ୍ୟାକୁ ସରକାର ପାଖରେ ପହଞ୍ଚାଇବ ସଂଗଠନ । କାର୍ଯ୍ୟକାରିଣୀ ପୂର୍ବରୁ ପଦାଧିକାରୀ ବୈଠକରେ ଏ ବିଷୟ ନେଇ ଆଲୋଚନା ହୋଇଛି। ବୈଠକରେ ନିର୍ବାଚନ ସମୀକ୍ଷା ହେବା ସହ ସହଯୋଗ ପାଇଁ ଓଡିଶା ବାସୀଙ୍କୁ ଧନ୍ୟବାଦ ଜଣାଇଲେ । କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ପ୍ରତି କାର୍ଯ୍ୟକର୍ତ୍ତାଙ୍କୁ ଶ୍ରେୟ ଦିଆଯିବ । ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରିବାର ପ୍ରୟାସ ଆରମ୍ଭ ହୋଇଛି । ବାକି ପ୍ରତିଶ୍ରୁତି ପୂରଣ କରିବା ପାଇଁ ଚର୍ଚ୍ଚା ଆଲୋଚନା ହୋଇଛି । ମାସେ ଭିତରେ ମୋହନ ସରକାର ଯେଉଁ ସବୁ ପ୍ରତିଶ୍ରୁତି ପୂରଣ କରିଛନ୍ତି ସେଥିପାଇଁ ମୋହନ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି । ମୋହନା ସରକାରଙ୍କ ଏକ ମାସର ଉପଲବ୍ଧିକୁ ନେଇ ଲୋକଙ୍କ ପାଖକୁ ଯିବ ଦଳ। ପରବର୍ତ୍ତୀ କାର୍ଯ୍ୟକାରିଣୀ ଏବଂ ଅନ୍ୟ ବୈଠକରେ ମଧ୍ୟ ଏହି ବିଷୟ ଉପରେ ଆଲୋଚନା ହେବ।
ଜୟ ନାରାୟଣ କହିଲେ ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଗ...
