୨୮ରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି ଯୁବ ମୋର୍ଚ୍ଚା; ଯୁବକମାନଙ୍କୁ ରୋଜଗାର ଯୋଗେଇ ଦେବା ପାଇଁ ରାଜ୍ୟ ସରକାର କ'ଣ କରିଛନ୍ତି ବୋଲି ପ୍ରଶ୍ନ କରିଛି ମୋର୍ଚ୍ଚା

Published By : Prameya-News7 Bureau | January 24, 2019 IST

ଭୁବନେଶ୍ୱର ୨୪/୧ : ଜାନୁଆରୀ ୨୮ରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି ଯୁବ ମୋର୍ଚ୍ଚା | ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ବିଜେପି ଯୁବ ମୋର୍ଚ୍ଚା | ରୋଜଗାର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ଯୁବ ମୋର୍ଚ୍ଚା | ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଯୁବ ସମାବେଶକୁ ନେଇ ପ୍ରଶ୍ନ ଉଠାଇଛି ଯୁବ ମୋର୍ଚ୍ଚା | ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ କରିଛି ଯେ, ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର କଲେଜକୁ ୟୁନିଭର୍ସିଟି କରିବେ କହିଥିଲେ | କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଆଜି ଯାଏଁ କାର୍ଯ୍ୟକାରୀ ହେଲାନାହିଁ ବୋଲି ଅଭିଯୋଗ କରିଛି ମୋର୍ଚ୍ଚା | ତେବେ ବଲାଙ୍ଗୀର ରାଜେନ୍ଦ୍ର କଲେଜ କେବେ ୟୁନିଭର୍ସିଟି ହେବ ବୋଲି ପ୍ରଶ୍ନ କରିଛି ଯୁବ ମୋର୍ଚ୍ଚା | ଏବେ ଯାଏଁ ମଧ୍ୟ ୪୦ ପ୍ରତିଶତ ଅଧ୍ୟାପକ ପଦବୀ ପୂରଣ ହେଉନି କାହିଁକି ବୋଲି ପ୍ରଶ୍ନ କରିଛି ମୋର୍ଚ୍ଚା | ଯୁବ ବାହିନୀ ନାଁରେ ସରକାରୀ ଅର୍ଥରେ ଦଳୀୟ ସମାବେଶ କରୁଛି ବିଜେଡି | ପଶ୍ଚିମାଞ୍ଚଳରେ ଯୁବକମାନଙ୍କୁ ରୋଜଗାର ଯୋଗେଇ ଦେବା ପାଇଁ ରାଜ୍ୟ ସରକାର କ'ଣ କରିଛନ୍ତି ତାର ଜବାବ ଦିଅନ୍ତୁ ବୋଲି କହିଛି ମୋର୍ଚ୍ଚା | ଲୋକଙ୍କ ପଇସାରେ ଯୁବ ବାହିନୀର ସଦସ୍ୟଙ୍କୁ ସିଙ୍ଗାପୁର ବୁଲାଇ ନେବା ଅଧିକାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ରଜ୍ୟ ସଭାପତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.