ବିଜେବି ଛାତ୍ରୀ ମୃତ୍ୟୁ ଘଟଣାରେ ଟାସ୍କଫୋର୍ସ ଗଠନ କରି ତଦନ୍ତ କରିବାକୁ ଦାବି କଲା ବିଜେପି ଯୁବ ମୋର୍ଚ୍ଚା

Published By : Prameya-News7 Bureau | July 05, 2022 IST

ସମ୍ବଲପୁର ୫।୭: ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଟାସ୍କଫୋର୍ସ ଗଠନ ପାଇଁ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ଦାବି । ସାମ୍ବାଦିକ ସମ୍ମିଳନୀ ଏହି ଦାବି ଉଠାଇଲା ବିଜେପି ଯୁବ ମୋର୍ଚ୍ଚାର । ଏ ପର୍ଯ୍ୟନ୍ତ ସମ୍ପୃକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେବା ଦୁର୍ଭାଗ୍ୟଜନକ ବୋଲି କହିଲେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ । ଏହା ସହ ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରି ଏହାର ତଦନ୍ତ କରାନ୍ତୁ ବୋଲି ଯୁବ ମୋର୍ଚ୍ଚା ଦାବି କରିଛି । ଯଦି  ରାଜ୍ୟ ସରାକାର ରାଗିଂ ରୋକିବା ପାଇଁ ଠୋସ ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ଯୁବ ମୋର୍ଚ୍ଚା ଆନ୍ଦୋଳନ କରିବ ଇରାଶିଷ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.