ପ୍ରାର୍ଥୀ ବଦଳାଇବା ଦାବି : ଆଦିବାସୀ ପାରମ୍ପରିକ ନୃତ୍ୟ-ଗୀତ ମାଧ୍ୟମରେ ବିଜେପି କର୍ମୀଙ୍କ ପ୍ରତିବାଦ

Published By : Prameya-News7 Bureau | April 21, 2024 IST

ଭୁବନେଶ୍ବର ୨୧।୪: ପ୍ରାର୍ଥୀ ବଦଳାଇବା ଦାବିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅଭିନବ ପ୍ରତିବାଦ । ଆଦିବାସୀ ପାରମ୍ପରିକ ନୃତ୍ୟ-ଗୀତ ମାଧ୍ୟମରେ ପ୍ରତିବାଦ । ସଞ୍ଜଳି ମୁର୍ମୁଙ୍କୁ ଦଳ ବାଙ୍ଗିରିପୋଷୀରୁ ଟିକେଟ୍ ଦେଇଥିବା ବେଳେ ଏହାକୁ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ବିଜେପି କର୍ମୀ । ସଞ୍ଜଳି ମୁର୍ମୁ ସୁବୁଦା ମୁର୍ମୁଙ୍କ ଝିଅ । ସୁବୁଦା ମୁର୍ମୁ ଗତଥରର ବାଙ୍ଗିରିପୋଷୀ ବିଧାୟକ ପ୍ରାର୍ଥୀ ଥିଲେ । 

ତେବେ ସବୁଠୁ ବଡ଼ କଥା ହେଲା ବିଭିନ୍ନ ସମୟରେ ହୋହଲ୍ଲା, ପାଟିତୁଣ୍ଡ, ଭଙ୍ଗାରୁଜା କରି ରାଜ୍ୟ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଉଥିବା ବେଳେ ବାଙ୍ଗିରିପୋଷିରୁ ଆସିଥିବା ବିଜେପି କର୍ମୀ ଅଭିନବ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

 You Can Read :

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଚାଙ୍ଗଡା ଦ୍ବାରରୁ ବେହରଣ ଦ୍ବାର ଯାଏଁ ପଡିଥିଲା ରକ୍ତଛିଟା

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.