ପୁଲୱମା ସହିଦଙ୍କ ପତ୍ନୀଙ୍କ ଧାରଣା ଉପରେ ରାଜସ୍ଥାନରେ ସଂଘର୍ଷ, ବିଜେପିର ପ୍ରଦର୍ଶନ ଉପରେ ପୋଲିସର ଲାଠିଚାର୍ଜ
11/03/2023 at 8:02 PM

ନୂଆଦିଲ୍ଲୀ: ପୁଲୱାମା ସହିଦଙ୍କ ପତ୍ନୀଙ୍କ ପ୍ରଦର୍ଶନ ଉପରେ ରାଜସ୍ଥାନ ସରକାର ଏବଂ ବିରୋଧୀ ବିଜେପି ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ୧୦ ଦିନ ଧରି ଅଶୋକ ଗେହଲଟ ସରକାର ବିରୋଧରେ ପ୍ରଦର୍ଶନ କରୁଥିବା ତିନି ସହିଦଙ୍କ ପତ୍ନୀଙ୍କୁ ଶୁକ୍ରବାର ଭୋର ସକାଳୁ ଧାରଣସ୍ଥଳରୁ ଜୟପୁର ପୋଲିସ ଉଠାଇ ନେଇଥିଲା । ସେମାନଙ୍କ ସମର୍ଥନରେ ଥିବା ବିଜେପି ସାଂସଦ କିରୋଡୀ ଲାଲ ମୀଣାଙ୍କୁ ମଧ୍ୟ ପୋଲିସ ନିଜ ହେପାଜତକୁ ନେଇଥିଲା । ଏହାକୁ ବିରୋଧ କରି ଶନିବାର ବିଜେପି ପକ୍ଷରୁ ଜୋରଦାର ପ୍ରଦର୍ଶନ କରାଯାଇଥିଲା । ବିଜେପି କର୍ମୀ ପ୍ରଦର୍ଶନ କରି ଆଜି ଅଶୋକ ଗେହଲଟଙ୍କ ବାସଭବନ ଘେରିବା ସମୟରେ ପ୍ରଦର୍ଶନ ଉଗ୍ର ହୋଇଥିଲା । ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାପରେ ପୋଲିସ ଲାଠିଚାର୍ଜ କରିଥିଲା ।
#WATCH | Huge protest rally held by BJP workers in Rajasthan's Jaipur over the matter of protest by widows of the jawans who lost their lives in the 2019 Pulwama terror attack. pic.twitter.com/myYrYM4jA7
— ANI (@ANI) March 11, 2023
ଉଲ୍ଲେଖଯୋଗ୍ୟ ଯେ ୨୦୧୯ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ତିନି ଯବାନଙ୍କ ପତ୍ନୀ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଘର ବାହାରେ ଧାରଣା ଦେଉଥିଲେ । ଏହାପରେ ଶୁକ୍ରବାର ସକାଳୁ ସେମାନଙ୍କୁ ପୋଲିସ ଉଠାଇ ନେଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ବିଜେପି ଏହାକୁ ବିରୋଧ କରି ବୀରାଙ୍ଗନାଙ୍କ ଅପମାନ ବୋଲି କହିବା ସହ ରାଜ୍ୟ ସରକାରକୁ ଟାର୍ଗେଟ କରିଛି । ଏହାସହ ସହିଦଙ୍କ ପରିବାର ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ ନ କରିବାର ଅଭିଯୋଗ ଆଣିଛି ।
कोई भी नागरिक खास तौर पर वो वीरांगनाएं जिनके पतियों ने देश के लिए शहादत दी है, उनके प्रति संवेदनशील होना चाहिए। तीनों महिलाएं(विरोध कर रही) मेरे पास आई थी, मैंने उनकी बातें सुनी: पुलवामा शहीदों की वीरांगनाओं के प्रदर्शन पर कांग्रेस नेता सचिन पायलट, टोंक, राजस्थान pic.twitter.com/Qt977KXTpE
— ANI_HindiNews (@AHindinews) March 10, 2023
ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିକ୍ରିୟା ଦେଇ ସଚିନ ପାଇଲଟ କହିଛନ୍ତି ଯେ ବୀରାଙ୍ଗନାଙ୍କ ପ୍ରସଙ୍ଗକୁ ଗୁରୁତ୍ୱ ସହ ଶୁଣା ଯିବା ଦରକାର । ସେମାନଙ୍କ ପ୍ରସଙ୍ଗ ଉପରେ ସହମତ ହେବା ନ ହେବା ଭିନ୍ନ କଥା, କିନ୍ତୁ ସେମାନଙ୍କ ଦାବିକୁ ଶୁଣିବା ସମୟରେ ନିଜ ଅହଙ୍କାରକୁ ଅଲଗା ରଖିବା ଦରକାର ।
ସହିଦ ଯବାନଙ୍କ ପତ୍ନୀମାନେ ଫେବ୍ରୁଆରୀ ୨୮ରୁ ଧାରଣା ଦେଇ ନିୟମରେ ପରିବର୍ତ୍ତନ ପାଇଁ ଦାବି କରିଥିଲେ । ଏହାଦ୍ୱାରା ଅନୁକମ୍ପା ଆଧାରରେ କେବଳ ସେମାନଙ୍କ ସମ୍ପର୍କୀୟ ନୁହେଁ ବରଂ ସେମାନଙ୍କ ପିଲାଙ୍କୁ ମଧ୍ୟ ସରକାରୀ ଚାକିରି ମିଳି ପାରିବ । ସେମାନଙ୍କ ଅନ୍ୟ ଦାବି ମଧ୍ୟରେ ରାସ୍ତା ନିର୍ମାଣ ଏବଂ ସେମାନଙ୍କ ଗାଁରେ ସହିଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଇବା ସାମିଲ ରହିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଜେପି ଉପରେ ରାଜନୀତି କରିବାର ଅଭିଯୋଗ ଆଣିଛନ୍ତି ।