ପରସ୍ପର ମଧ୍ୟରେ ହାତାହାତି ହେଲେ ବିଜେପି କର୍ମୀ ଓ କୃଷକ, ଅନେକ ଆହତ: ଟ୍ବିଟ୍‌ କରି ସୂଚନା ଦେଲେ ଆରଏଲଡି ନେତା

Published By : Prameya-News7 Bureau | February 22, 2021 IST

ମୁଜାଫରପୁର ୨୨/୦୨: ଉତ୍ତରପ୍ରଦେଶର ମୁଜାଫରପୁରରେ ପରସ୍ପର ମଧ୍ୟରେ ଭିଡ଼ିଗଲେ ବିଜେପି କର୍ମୀ ଏବଂ କୃଷକ । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା। ପରେ ମାରପିଟ ହୋଇଥିଲା। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା ଶାହପୁର ଥାନା ଅନ୍ତର୍ଗତ ସୋରମ ଗାଁରେ ଘଟିଛି। ଏନେଇ ଆରଏଲଡି ନେତା ଜୟନ୍ତ ଚୌଧୁରୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ଜୟନ୍ତ ଚୌଧୁରୀ ଟ୍ବିଟ୍‌ କରି ଲେଖିଛନ୍ତି, ‘ସୋରମ ଗାଁରେ ବିଜେପି ନେତା ଏବଂ କୃଷକଙ୍କ ମଧ୍ୟରେ ସଂଘର୍ଷ। ଅନେକ ଲୋକ ଆହତ। କୃଷକ ପାଇଁ କହୁନ କିନ୍ତୁ ଅତିକମରେ ବ୍ୟବହାର ଭଲ କର। କୃଷକଙ୍କ ସମ୍ମାନ କରନ୍ତୁ।’  ଜୟନ୍ତ ଚୌଧୁରୀ ଆହତ କୃଷକଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି। ମାରପିଟରେ ଅନେକ ଲୋକ ଆହତ ହେବା ଖବର ଶୁଣିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଦୁଇ ପକ୍ଷଙ୍କୁ ବୁଝାସୁଝା କରିବା ସହ ମାମଲାରେ ଛାନଭିନ ଆରମ୍ଭ କରିଛି।

wp:embed {"url":"https://twitter.com/jayantrld/status/1363791847370285058","type":"rich","providerNameSlug":"twitter","responsive":true,"className":""}
https://twitter.com/jayantrld/status/1363791847370285058
/wp:embed

ନୂଆ କୃଷି ଆଇନ୍‌କୁ ନେଇ ବିଜେପିର ମେଗା ପ୍ଲାନ ଉପରେ କୃଷକଙ୍କ କ୍ରୋଧ ଭାରୀ ପଡ଼ିଛି ବୋଲି କୁହାଯାଉଛି। ନୂଆ କୃଷି ଆଇନର ଲାଭ କହିବାକୁ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନଙ୍କୁ ରବିବାର ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ଶମଲୀର ଭେଂଶଓ୍ବାଲରେ ସଞ୍ଜୀବ ବାଲିୟାନ ଏବଂ ବିଜେପି ବିରୋଧର ନାରାବାଜି ହୋଇଥିଲା। କୃଷକମାନେ କେନ୍ଦ୍ରମନ୍ତ୍ରୀଙ୍କ କାର୍କେଡ୍‌ ସାମ୍ନାରେ ଟ୍ରାକ୍ଟର ରଖି ତାଙ୍କୁ ଗାଁକୁ ପଶିବାକୁ ରୋକିଥିଲେ। ୧୦ ଜଣଙ୍କ ବିରୋଧ କରିବା ଏବଂ ମୁର୍ଦାବାଦ କହିବା ଦ୍ବାରା କିଛି ବିଗିଡ଼ିଯିବନି କହିଥିଲେ ସଞ୍ଜୀବ। ଏହା ସହ ତାଙ୍କ କାର୍କେଡ ଗାଁରୁ ଫେରିଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.