Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଣି ରାସ୍ତାରେ କାନ ଧରି କରାଇଲେ ଉଠ୍ ବସ୍, ଭିଡିଓ ଭାଇରାଲ

18/06/2019 at 6:49 PM

ବରଗଡ୧୮|୬: ପଟଣାଗଡ଼ ବିଧାୟକ ଏକ ରାସ୍ତା ଦୁର୍ନୀତି ଘଟଣା ଅଭିଯୋଗରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ରାସ୍ତା ଉପରେ କାନ ଧରି ଉଠ ବସ କରାଇବା ଘଟଣା ମନରୁ ନ ଲିଭୁଣୁ ବରଗଡ଼ ଜିଲ୍ଲା ଘେଁସ ଅଞ୍ଚଳର ଅନ୍ୟ ଏକ ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ସାଧାରଣ ନିର୍ବାଚନ ପରେ ବିଜେପି ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଏବେ ଦୈନନ୍ଦିନ ଘଟଣା ପାଲଟିଛି ।

ଏବେ ଜଣେ ବିଜେଡି କର୍ମୀ ଅନ୍ୟ ଜଣେ ବିଜେପି କର୍ମକର୍ତ୍ତାଙ୍କୁ ବାଟରେ ଅଟକାଇ କାନ ଧରି ଉଠବସ କରାଇବା ଭିଡିଓ ଭାଇରାଲ ହେଉଛି । ତେବେ ଭଟଲି,ଅତାବିରା ଓ ବିଜେପୁର ନିର୍ବାଚନ ମଣ୍ଡଳୀ ରେ ବାରମ୍ବାର ବିଜେପି କର୍ମକର୍ତ୍ତାଙ୍କୁ ଆକ୍ରମଣ କରାଯାଉଥିବା ପରିପ୍ରେକ୍ଷୀ ରେ ଭାରତୀୟ ଜନତା ପାର୍ଟି ର ଜିଲ୍ଲା କମିଟି ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବରଗଡ଼ ଏସପି ମୁକେଶ କୁମାର ଭାମୋ ଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ।

ଆଇନ ଶୃଙ୍ଖଳା ଉପରେ ତୀକ୍ଷ୍ମ ନଜର ରଖାଯାଇଛି ଓ ଦୋଷୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀ ଭାମୋ ।

   Related Posts