ସଚିବାଳୟ ଘେରାଉ କରିବାକୁ ବିଜେପି ମହିଳା ମୋର୍ଚ୍ଚାର ଉଦ୍ୟମ ; ପୋଲିସ ସହ ବିଜେପି କର୍ମୀ ଧସ୍ତାଧସ୍ତି

Published By : Prameya-News7 Bureau | January 21, 2019 IST

ଭୁବନେଶ୍ବର ୨୧|୧: ପିପିଲି ଗଣଦୁଷ୍କର୍ମ ମାମଲା, ନାବାଳିକା ମାତୃତ୍ବ ଭଳି ବିଭିନ୍ନ ନାରୀ ନିର୍ଯାତନା ଘଟଣାକୁ ନେଇ ଆଜି ସଚିବାଳୟ ଘେରାଉ କରିବାକୁ ବିଜେପି ମହିଳା ମୋର୍ଚ୍ଚା ଉଦ୍ୟମ କରିଛି । ବିଜେପିର ନାଲି ଚୂଡି ଅଭିଯାନରେ ମହିଳା ମୋର୍ଚ୍ଚାର କର୍ମୀ ଏକ ଶୋଭାଯାତ୍ରାରେ ସଚିବାଳୟ ଅଭିମୁଖେ ଯାଇଥିଲେ । କର୍ମୀମାନଙ୍କୁ ପୋଲିସ ଅଟକାଇବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ମହିଳା ମୋର୍ଚ୍ଚାର କର୍ମୀ । ଫଳରେ ଏକ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା । ମହିଳା ମୋର୍ଚ୍ଚାର କର୍ମୀମାନଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି ।

{"id":76510}

ପିପିଲି ଦୁଷ୍କର୍ମ ଓ ହତ୍ୟା ମାମଲା ହେଉ କି ନାବାଳିକା ମାତୃତ୍ବ କି ବିଭିନ୍ନ ନାରୀ ନିର୍ଯାତନା ମାମଲାରେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ ଚଳାଇ ଆସିଛି । ଏଭଳି ଘଟଣା ବାରମ୍ବାର ଘଚି ଚାଲିଛି ବୋଲି ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି । ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିବା ସହ ଏମଏଲଏ କଲୋନୀ ମଧ୍ୟରେ ପଶି ବିଜେଡି ବିଧାୟକଙ୍କ ଘର ସମ୍ମୁଖରେ ନାଲି ଚୂଡି ମଧ୍ୟ ବାନ୍ଧିଥିଲେ ।

{"id":76511}

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ନାଲି ଚୂଡି ସଂଗ୍ରହ କରିଛି ବିଜେପି ମହିଳା ମୋର୍ଚ୍ଚା । ଆଜି ନାଲି ଚୂଡି ଧରି ସଚିବାଳୟ ଘେରାଉ କରିବାକୁ ଉଦ୍ୟମ କରିଥିଲେ ମହିଳା ମୋର୍ଚ୍ଚା କର୍ମୀ । ଫଳରେ ଏକପ୍ରକାର ଅପ୍ରୀତିକର ପରିସ୍ଥିତି ସଚିବାଳୟ ସମ୍ମୁଖରେ ସୃଷ୍ଟି ହୋଇଥିଲା । ରାଜ୍ୟରେ ମହିଳା ଅସୁରକ୍ଷିତ ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ଶୋଭାଯାତ୍ରା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.