ସ୍ୱାଧୀନତା ପରେ ଛତିଶଗଡ଼ର ଏହି ବିଧାନସଭା ଆସନରେ ପ୍ରଥମ ଥର ଜିତିଲା ବିଜେପି, ପୂର୍ବତନ ସୈନିକ ଭାଙ୍ଗିଲେ ରେକର୍ଡ

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ: ଆଜି ଆମେ ଛତିଶଗଡ଼ର ଏପରି ଏକ ଆସନ ବିଷୟରେ କହିବୁ ଯେଉଁଠି କଂଗ୍ରେସ କେବେ ପରାଜିୟ ହୋଇ ନିଥିଲା । କିନ୍ତୁ ୨୦୨୩ ନିର୍ବାଚନ ଫଳାଫଳ ଏହି ଆସନରେ କଂଗ୍ରେସର ୭୨ ବର୍ଷର ବିଜୟ ରଥକୁ ରୋକିଛି ।  

ଛତିଶଗଡ଼ ବିଧାନସଭା ନିର୍ବାଚନ ୨୦୨୩ ପରିଣାମ ଘୋଷଣା ହୋଇଛି । ଏହି ରେଜଲ୍ଟ ସହ ଛତିଶଗଡ଼ରେ ଅନେକ ପୁରୁଣା ରେକର୍ଡ ଭାଙ୍ଗିଛି । ଏହାସହ ଛତିଶଗଡ଼ର ସୀତାପୁର ବିଧାନସଭାରେ କଂଗ୍ରେସର କିଲା ଭୁଶୁଡିଛି । ୧୯୫୧ ମସିହାରୁ ଆରମ୍ଭ କରି ୨୦୧୮ ଯାଏ ନିର୍ବାଚନରେ ଲଗାତାର କଂଗ୍ରେସ ପାର୍ଟି ଏହି ଆସନରେ ବିଜୟୀ ହୋଇ ଆସୁଥିଲା । କିନ୍ତୁ ୨୦୨୩ରେ ଏଥିରେ ବିରାମ ଲାଗିଛି । ବିଜେପି ପ୍ରଥମ ଥର ପାଇଁ ଏହି ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ କରିଛି ।

ପଢନ୍ତୁ: କାମାରେଡ୍ଡୀ ଆସନରେ ଅପ୍ରତ୍ୟାସିତ ଫଳାଫଳ, କେ.ସି.ଆର ଓ ରେବନ୍ତ ରାୟଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ

ଚଳିତ ଥର ସୀତାପୁର ବିଧାନସଭା ଆସନରୁ କଂଗ୍ରେସ ପାର୍ଟି ତିନି ଥର ବିଧାୟକ ଅମରଜିତ୍ ଭଗତଙ୍କୁ ପୁଣି ଥରେ ମୈଦାନଙ୍କୁ ଓହ୍ଲାଇଥିଲା । ତାଙ୍କ ସାମନାରେ ବିଜେପି ନୂଆ ଚେହେରା ରୂପେ ପୂର୍ବତନ ସୈନିକ ରାମକୁମାର ଟୋପ୍ପୋଙ୍କୁ ମୈଦାନରେ ଓହ୍ଲାଇଥିଲା । ନିର୍ବାଚନ ପରିଣାମରେ ଅମରଜିତ ଭଗତଙ୍କୁ ବିଜେପି ପ୍ରାର୍ଥୀ ରାମକୁମାର ୧୭୧୬୦ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି ।

ବିଜେପି ପ୍ରାର୍ଥୀ ପୂର୍ବତନ ସୈନିକ ରାମକୁମାର ଟୋପ୍ପୋଙ୍କୁ ୮୩ ହଜାର ୮୮ ଭୋଟ ମିଳିଛି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଅମରଜିତ୍ ଭଗତଙ୍କୁ ୬୫ ହଜାର ୯୨୮ ଭୋଟ ମିଳିଛି । ସୀତାପୁର ବିଧାନସଭା ଆସନରୁ ୧୬ ପ୍ରାର୍ଥୀ ମୈଦାନରେ ଥିଲେ । ଏଥିରୁ ୧୧ ଜଣଙ୍କୁ ନୋଟାରୁ ବି କମ ଭୋଟ ମିଳିଛି । ଏହି ବିଧାନସଭାରେ ନୋଟାକୁ ୧୪୧୪ ଭୋଟ ମିଳିଛି ।

Also Read: ରାଜସ୍ଥାନରେ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହଲଟ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.