ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନ: ବିଜେପି ୮ ଆସନରେ ବିଜୟୀ, ସପାକୁ ୨

Published By : Prameya-News7 Bureau | February 27, 2024 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜ୍ୟସଭା ନିର୍ବାଚନରେ ବିଜେପିର ୮ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିରୋଧୀ ଦଳ ସମାଜବାଦୀ ପାର୍ଟି ଅନ୍ୟ ୨ ଆସନରେ ଜିତିଛି। କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶ ଭଳି ୟୁପିରେ ବି କ୍ରସ୍ ଭୋଟିଂ ହୋଇଛି।  

ରାଜ୍ୟସଭା ନିର୍ବାଚନ ଜିତିଥିବା ବିଜେପି ପ୍ରାର୍ଥୀ ହେଲେ- ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର୍‌ପିଏନ୍‌ ସିଂହ, ପୂର୍ବତନ ସାଂସଦ ଚୌଧୁରୀ ତେଜବୀର ସିଂହ, ୟୁପି ବିଜେପି ସାଧାରଣ ସମ୍ପାଦକ ଅମରପାଲ ମୌର୍ଯ୍ୟ, ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ସଂଗୀତା ବଲୱନ୍ତ(ବିନ୍ଦ), ଦଳ ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ, ପୂର୍ବତନ ବିଧାୟକ ସାଧନା ସିଂହ, ପୂର୍ବତନ ମେୟର ନବୀନ ଜୈନ ଏବଂ ଶିଳ୍ପପତି ସଞ୍ଜୟ ସେଠ୍।

ସେହିପରି ସମଜାବାଦୀ ପାର୍ଟି ବିଜୟୀ ପ୍ରାର୍ଥୀ-ଅଭିନେତ୍ରୀ ସାଂସଦ ଜୟା ବଚ୍ଚନ, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଆଲୋକ ରଞ୍ଜନ।

ତେବେ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ବିଜେପିକୁ ଝଟ୍‌କା ଲାଗିଛି। କଂଗ୍ରେସ ଏଠାରେ ଦେଇଥିବା ସମସ୍ତ ୩ଟି ଯାକ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେପିର ଜଣେ ପ୍ରାର୍ଥୀ ନିର୍ବାଚନ ଜିତିଛନ୍ତି। କର୍ଣ୍ଣାଟକରେ ବିଜେପି ବିଧାୟକ ଏସ୍ ସୋମଶେକର କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କୁ ଭୋଟ୍ ଦେଇଛନ୍ତି

କ୍ରସ୍ ଭୋଟିଂକୁ ନେଇ କଂଗ୍ରେସର ଚିନ୍ତା ଭିତରେ ହିମାଚଳରେ ରାଜ୍ୟସଭା ନିର୍ବାଚନ ପରିଣାମ ଘୋଷଣା ହୋଇଛି । ବିଜେପି ପ୍ରାର୍ଥୀ ହର୍ଷ ମହାଜନ ରାଜ୍ୟସଭା ନିର୍ବାଚନ ଜିତିଛନ୍ତି । ରାଜ୍ୟରେ ଶାସକ ଦଳ କଂଗ୍ରେସର ପ୍ରାର୍ଥୀ ଅଭିଷେକ ମନୁ ସଙ୍ଘଭୀଙ୍କୁ ହରାଇ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି

ଦୁଇ ପ୍ରାର୍ଥୀଙ୍କୁ ୩୪-୩୪ ଭୋଟ ମିଳିଥିଲା । ଏହାପରେ ଡ୍ର’ ଅଫ୍ ଲଟ୍ସ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ନିର୍ବାଚନ ପରିଣାମ ସାମନାକୁ ଆସିବା ପରେ ବିଧାୟକମାନେ କ୍ରସ୍ ଭୋଟିଂ କରିଥିବା ସ୍ପଷ୍ଟ ହୋଇଛି ।

ପଢ଼ନ୍ତୁ-୨୦୨୪ ଲୋକସଭା ନିର୍ବାଚନ ଲଢିବେ ଏସ୍.ଜୟଶଙ୍କର ଓ ନିର୍ମଳା ସୀତାରମଣ, ପ୍ରଥମଥର ଭୋଟ ପାଇଁ ଯିବେ ଜନତାଙ୍କ ପାଖକୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.