ନୂଆଦିଲ୍ଲୀ:ସନାତନ ଧର୍ମକୁ ନେଇ ବିବାଦୀୟ ଟିପ୍ପଣୀ ପରେ ଡିଏମ୍କେର ଆଉ ଜଣେ ନେତା ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ଏଥର ହିନ୍ଦୀଭାଷୀ ରାଜ୍ୟକୁ ଟାର୍ଗେଟ୍ କରାଯାଇଛି । ସଂସଦର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ଡିଏମ୍କେ ସାଂସଦ ଡି.ଏନ.ଭି ସେନ୍ଥିଲକୁମାର ଏସ୍ ତିନି ରାଜ୍ୟରେ ବିଜେପିର ବିଜୟକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେନ୍ଥିଲକୁମାର କହିଛନ୍ତି ଯେ ଦେଶର ଲୋକ ଏହା ବିଚାର କରିବା ଦରକାର ଯେ ବିଜେପିର ଶକ୍ତି କେବଳ ହିନ୍ଦୀଭାଷୀ ରାଜ୍ୟ ଜିତିବାରେ ଅଛି, ଯାହାକୁ ଆମେ ସାଧାରଣତଃ ଗୋମୂତ୍ର ରାଜ୍ୟ କହିଥାଉ । ଡିଏମ୍କେ ସାଂସଦଙ୍କ ଏହି ଟିପ୍ପଣୀକୁ ନେଇ ବିଜେପି କଡା ଆପତ୍ତି ଉଠାଇଛି ।
wp:html/wp:html#WATCH | Winter Session of Parliament | DMK MP DNV Senthilkumar S says "...The people of this country should think that the power of this BJP is only winning elections mainly in the heartland states of Hindi, what we generally call the 'Gaumutra' states..." pic.twitter.com/i37gx9aXyI
— ANI (@ANI) December 5, 2023
ତାମିଲନାଡୁର ଧର୍ମପୁରୀ ଲୋକସଭା ଆସନରୁ ସାଂସଦ ଡିଏମକେ ନେତା ଏତିକିରେ ଅଟକି ନଥିଲେ । ଡିଏମକେ ସାଂସଦ କହିଛନ୍ତି ଯେ ବିଜେପି ଦକ୍ଷିଣ ଭାରତରେ ଆସିପାରିବ ନାହିଁ । ଆପଣ ଦେଖିପାରିବେ ଯେ ତାମିଲନାଡୁ, କେରଳ, ତେଲଙ୍ଗାନା ଓ କର୍ଣ୍ଣାଟକରେ କଣ ହେଲା । ଆମେ ସେଠାରେ ଅଧିକ ମଜଭୁତ ଅଛୁ । ସେ କହିଛନ୍ତି ଯେ ଯଦି ଆପଣ ଏହି ସବୁ ରାଜ୍ୟକୁ କେନ୍ଦ୍ରଶାସିତ ପ୍ରଦେଶ କରି ପରୋକ୍ଷ ଭାବେ କ୍ଷମତାକୁ ଆସିଲେ ବି ଆମେ ଆଶ୍ଚର୍ଯ୍ୟ ହେବୁ ନାହିଁ ।
wp:html/wp:html#WATCH | Winter Session of Parliament | On 'Gaumutra' remark by DMK MP DNV Senthilkumar S, Union Minister Meenakashi Lekhi says "I think that is a disrespect of the 'Sanatani' tradition. DMK will soon get to know the benefits of 'Gaumutra'. They are very well aware that this will… pic.twitter.com/Z7e7bvaTtu
— ANI (@ANI) December 5, 2023
ଡିଏମକେ ସାଂସଦଙ୍କ ଏହି ଟିପ୍ପଣୀକୁ ନେଇ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖି କହିଛନ୍ତି ଯେ ଏହା ସନାତନ ପରାମ୍ପରାର ଅନାଦାର ଅଟେ । ସେ କହିଛନ୍ତି ଯେ ସନାତନୀ ପରମ୍ପରା ଓ ସନାତନୀଙ୍କ ଏହିପରି ଅପମାନକୁ ଦେଶ ଗ୍ରହଣ କରିବ ନାହିଁ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସେ ଡିଏମକେ ହେଉ ଅବା ଆଉ କିଏ, ଯିଏ ଦେଶର ଆସ୍ଥା ସହ ଖେଳିବ ତାକୁ ଜନତା ମୁହଁତୋଡ ଜବାବ ଦେବେ ।
Also Read: ଉଦୟନାଥ ଷ୍ଟାଲିନ୍ ଆଶ୍ବସ୍ତ; ସନାତନ ଧର୍ମ ଟିପ୍ପଣୀରେ ବିଚାର କରିବାକୁ ମନା କଲେ ସୁପ୍ରିମକୋର୍ଟ