ଏମସିଡି ନିର୍ବାଚନରେ ବିଜେପିର ହେବ ବଡ଼ ବିଜୟ ? ସର୍ଭେ ପରେ ଦାବି

Published By : Prameya-News7 Bureau | November 28, 2022 IST

ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡି ନିର୍ବାଚନର ପାଇଁ ସବୁ ରାଜନୈତିକ ଦଳ ଗୁଡିକ ଅଣ୍ଟା ଭିଡିଛନ୍ତି । ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ଦାବି କରିଛନ୍ତି ଯେ, ଆଭ୍ୟନ୍ତରୀଣ ସର୍ଭେରେ ଦଳ ୨୫୦ ୱାର୍ଡରୁ ୧୭୦ରେ ବିଜୟ ହାସଲ କରିବ । ଦିଲ୍ଲୀ ବିଜେପି ମିଡିଆ ମୁଖ୍ୟ ହରୀଶ ଖୁରାନା ଦାବି କରିଛନ୍ତି ଯେ, ନଭେମ୍ୱର ୧୩ରୁ ୨୫ ମଧ୍ୟରେ ୪୩,୭୫୦ ମତଦାତାଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା।

ଦିଲ୍ଲୀ ନଗର ନିଗମର ୨୫୦ ୱାର୍ଡ ପାଇଁ ଡିସେମ୍ୱର ୪ରେ ମତଦାନ ହେବ । ସେପ୍ଟେମ୍ୱର ୭ରେ ପରିଣାମ ଘୋଷଣା ହେବ । ବିଜେପିର ସର୍ଭରେ ୨୫୦ରୁ ୧୫୦ ୱାର୍ଡରେ ଦଳର ସ୍ଥିତି ମଜଭୁତ ରହିଛି । ଅନ୍ୟପଟେ ୨୦-୨୫ ଏପରି ୱାର୍ଡ ରହିଛି ଯେଉଁଠି ପାର୍ଟିକୁ କଡା ଟକ୍କର ମିଳିପାରେ କିନ୍ତୁ ବିଜେପି ହିଁ ବିଜୟୀ ହେବ । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ପୂର୍ବରୁ ଦାବି କରିଥିଲେ ଯେ, ବିଜେପି ୧୮୦ରୁ ଅଧିକ ଆସନରେ ବିଜୟୀ ହେବ ।

ଅନ୍ୟପଟେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ ଦାବି କରିଥିଲେ ଯେ, ତାଙ୍କ ଦଳ ଏମସିଡି ନିର୍ବାଚନରେ ୨୦୦ ୱାର୍ଡରେ ବିଜୟୀ ହେବ । ବିଜେପି ୨୦ରୁ ଅଧିକ ୱାର୍ଡ ଜିତି ପାରିବନି ବୋଲି ସେ ଦାବି କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ୨୦୧୭ ଏମସିଡି ନିର୍ବାଚନରେ ମୋଟ ୨୭୦ ୱାର୍ଡ ମଧ୍ୟରୁ ବିଜେପି ୧୮୧ରେ ବିଜୟୀ ହୋଇଥିଲା । ଅନ୍ୟପଟେ ଆପ୍ ୪୮ ଏବଂ କଂଗ୍ରେସ ୩୦ ୱାର୍ଡରେ ବିଜୟୀ ହୋଇଥିଲେ । ଏଥର ମୋଟ ୨୫୦ ୱାର୍ଡ ପାଇଁ ସବୁ ରାଜନୈତିକ ଦଳ ନିର୍ବାଚନୀ ମୈଦାନରେ ଅଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.