Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ମୋଗଲ ଶାସକ ଭାଙ୍ଗିଥିବା ୩୬ ହଜାର ମନ୍ଦିରକୁ ପୁନଃ ସ୍ଥାପନ କରିବ ବିଜେପି; କର୍ଣ୍ଣାଟକ ପୂର୍ବତନ ମନ୍ତ୍ରୀ

27/05/2022 at 4:09 PM

ବେଙ୍ଗାଲୁରୁ: ବର୍ତ୍ତମାନ ଦେଶରେ ମନ୍ଦିର ମସ୍‌ଜିଦକୁ ନେଇ ବିବାଦ ଦେଖାଦେଇଥିବା ବେଳେ କର୍ଣ୍ଣାଟକ ବିଜେପି ନେତା ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ବିବାଦ ଆହୁରି ତେଜିଛି।

ବିଜେପି ନେତା କେଏସ୍ ଈଶ୍ୱରପ୍ପା କହିଛନ୍ତି ଯେ ମୁଗଲ ଶାସକ ଦେଶରେ ୩୬ ହଜାର ମନ୍ଦିରକୁ ଧ୍ୱଂଶ କରିଛନ୍ତି। ଏବେ ବିଜେପି ସେ ସମସ୍ତ ମନ୍ଦିରକୁ ପୁନଃ ସ୍ଥାପନ କରିବ। ତା ସହ ମାଣ୍ଡ୍ୟା ଜିଲ୍ଲାରେ ଜାମିଆ ମସ୍‌ଜିଦ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ଈଶ୍ୱରପ୍ପା। ସୂଚନା ଥାଉକି ଈଶ୍ୱରପ୍ପା ବର୍ତ୍ତମାନ କର୍ଣ୍ଣାଟକ ସରକାରଙ୍କ କ୍ୟାବିନେଟ୍‌ରେ ନାହାଁନ୍ତି। ଦୁର୍ନୀତି ଅଭିଯୋଗରେ ତୀଙ୍କୁ କ୍ୟାବିନେଟ୍‌ରୁ ବାହାର କରାଯାଇଛି।   

ଏନେଇ ସେ କହିଛନ୍ତି “ କାହିଁକି ଏକ ମନ୍ଦିରକୁ ଶ୍ରୀରଙ୍ଗପାଟଣାରୁ ଘୁଞ୍ଚାଇ ଦିଆଯାଇ ତା ସ୍ଥାନରେ ମସ୍‌ଜିତ ତୋଳାଗଲା? । ଏଭଳି ମୋଟ ୩୬ ହଜାର ମନ୍ଦିରକୁ ମୋଗଲମାନେ ଭାଙ୍ଗିଛନ୍ତି। ଆମେ ଏସବୁକୁ ପୁନଃ ସ୍ଥାପନ କରିବୁ।” ଈସ୍ୱରପ୍ପା ଦାବି କରିଛନ୍ତି ଯେ ସମସ୍ତ ୩୬ ହଜାର ମନ୍ଦିର ପୁନଃ ସ୍ଥାପନ ହେବ। ଆଇନ ବଳରେ କୋର୍ଟଙ୍କ ନିର୍ଦ୍ଦେଶରେ ଓ ବିନା ଦଙ୍ଗା ଓ ଝଗଡ଼ାରେ ମନ୍ଦିର ପୁନଃ ଉଦ୍ଧାର କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି “ ଶ୍ରୀରଙ୍ଗପାଟଣାରେ ଏକ ହନୁମାନ ମନ୍ଦିର ଥିଲା ବୋଲି ଆଜି ମୁସଲମାନମାନେ ବି ମାନୁଛନ୍ତି। ସେତେବେଳେ ହନୁମାନ ମନ୍ଦିରକୁ ସୁରକ୍ଷିତ ରଖିବାକୁ ସେଠାରୁ ମନ୍ଦିରକୁ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ମନ୍ଦିରକୁ କାହିଁକି ଘୁଞ୍ଚାଇ ଦିଆଗଲା। କଂଗ୍ରେସ ଏ ବିଷୟରେ କଣ କହିଥିଲା।”

ସୂଚନା ଥାଉକି ଦକ୍ଷିଣପନ୍ଥୀମାନେ ଏବେ ସେହି ମସ୍‌ଜିଦ୍‌ରେ ପୂଜା ଦେବାକୁ ମାଣ୍ଡ୍ୟା ଜିଲ୍ଲା ପ୍ରଶାସନ ପାଖରେ ଦାବି ପତ୍ର ଦେଇଛନ୍ତି। ହୁନୁମାନ ମନ୍ଦିରକୁ ଭାଙ୍ଗି ସେଠାରେ ମସ୍‌ଜିଦ୍ ନିର୍ମାଣ କରାଯାଇଛି। ଏବେ ବି ମସ୍‌ଜିଦ୍‌ ଭିତରେ ହିନ୍ଦୁଦେବାଦେବୀ ରହିଛନ୍ତି ବୋଲି ସେମାନେ ଦାବି କରିଛନ୍ତି। କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲାରେ ସେତେବେଳେ ରାଜଧାନୀ ଥିଲା ଶ୍ରରଙ୍ଗପାଟଣା। ଟିପୁ ସୁଲତାନ ସେଠାରେ ଜାମିଆ ମସ୍‌ଜିଦ୍ ନିର୍ମା୍ଣ କରିଥିଲେ। ଏହାକୁ ନେଇ ଏବେ ବିବାଦ ତେଜିଛି।

   Related Posts