ବିରୋଧୀ ମେଣ୍ଟକୁ ୟୁପିଏ ହିଁ କହିବ ବିଜେପି, I.N.D.I.A. ନାଁରେ ଟାର୍ଗେଟ୍ କରିବେନି ଶାସକ ଦଳ ନେତା !

Published By : Prameya-News7 Bureau | July 31, 2023 IST

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ବିରୋଧୀ ବୈଠକରେ ସ୍ଥିର ହୋଇଥିଲା ଯେ ମେଣ୍ଟର ନାଁ I.N.D.I.A. ଅର୍ଥାତ୍ ଇଣ୍ଡିୟନ ନ୍ୟାସନାଲ ଡେଭଲପମେଣ୍ଟଲ ଇନକ୍ଲୁସିଭ ଆଲାୟନ୍ସ ରହିବ । କିଛି ଦିନ ଯାଏ କେନ୍ଦ୍ର ସରକାରଙ୍କ ନେତା ମଧ୍ୟ ଏହି ନାଁରେ ବିରୋଧୀଙ୍କୁ ଟାର୍ଗେଟ୍ କରିଥିଲେ । କିନ୍ତୁ ଏବେ ବିଜେପି ନେତା ବିରୋଧୀ ମେଣ୍ଟକୁ I.N.D.I.A. ନାଁରେ ଡାକିବେ ନାହିଁ । ପାର୍ଟି ସ୍ଥିର କରିଛି ଯେ ବିରୋଧୀ ମେଣ୍ଟକୁ ପୁରୁଣା ୟୁପିଏ ନାଁରେ ହିଁ ଡାକିବ !

ପଢନ୍ତୁ: ମୁମ୍ୱାଇରେ ହେବ ବିରୋଧୀଙ୍କ ପରବର୍ତ୍ତୀ ବୈଠକ, ମେଣ୍ଟର ନୂଆ ନାଁ I.N.D.I.A, ନାମକରଣକୁ ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରତିକ୍ରିୟା !

ବିଜେପି ସୂତ୍ର ଅନୁସାରେ ବିରୋଧୀ ଜାଣିଶୁଣି ଇଣ୍ଡିଆ ନାଁ ରଖିଛନ୍ତି, ଫଳରେ ନିଜର ପୁରୁଣା ଦୁର୍ନୀତି ଉପରେ ପରଦା ପକାଇ ପାରିବେ । ଏବଂ ଜନତାଙ୍କ ମନରୁ ୟୁପିଏର ଛବିକୁ ଲିଭାଇ ପାରିବେ । କିନ୍ତୁ ବିଜେପି ଲୋକଙ୍କୁ କଂଗ୍ରେସ ନାଁରେ ଥିବା ଅଭିଯୋଗ ବାବଦରେ ସବୁବେଳେ ଜଣାଇବ । ଏଥିପାଇଁ ବିରୋଧୀଙ୍କୁ ୟୁପିଏ ନାଁରେ ହିଁ ଡାକିବ । ଉଲ୍ଲେଖଯୋଗ୍ୟ ଯେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ମଣିପୁର ପ୍ରସଙ୍ଗରେ ବିରୋଧୀଙ୍କୁ ଘେରିବା ବେଳେ ୟୁପିଏ ଶବ୍ଦକୁ ବାରମ୍ୱାର ପ୍ରୟୋଗ କରୁଥିଲେ ।

ଉଲ୍ଲେଖଯୋଗ୍ୟ ଯେ ବିରୋଧୀ ମେଣ୍ଟଙ୍କ ଏହି ନାଁ ଉପରେ ବିଜେପି ନେତା ଟାର୍ଗେଟ୍ କରୁଥିଲେ । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜ ଟ୍ୱିଟର ବାୟୋରେ ଇଣ୍ଡିଆ ହଟାଇ ଭାରତ ଲେଖିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିରୋଧୀଙ୍କ ମେଣ୍ଟକୁ ଟାର୍ଗେଟ୍ କରି କହିଥିଲେ ଯେ ଇଣ୍ଡିଆ ନାଁ କରିଦେଲେ କିଛି ହେବ ନାହିଁ । ଇଷ୍ଟ ଇଣ୍ଡିଆ କମ୍ପାନି ମଧ୍ୟ ଇଣ୍ଡିଆ ଲଗାଇଥିଲା ଏବଂ ଇଣ୍ଡିୟନ ମୁଜାହିଦ୍ଦୀନର ନାଁ ମଧ୍ୟ ଇଣ୍ଡିଆ ଥିଲା ।

Also Read: ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ; ସଂସଦୀୟ ବୈଠକରେ ଇ-ଣ୍ଡି-ଆକୁ ଟାର୍ଗେଟ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.