‘ଜୁନ ୧୦ ତାରିଖ ତ ନୁହେଁ, ଆଗାମୀ ୧୦ ବର୍ଷରେ ବି ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିବ ନାହିଁ ବିଜେପି’

Published By : Prameya-News7 Bureau | May 11, 2024 IST

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣର ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ ବାର୍ତ୍ତା ଜାରି କରି ଜବାବ ରଖିଛନ୍ତି ନବୀନ। ସେ କହିଛନ୍ତି ମୋର କଣ ମନେ ଅଛି କି ନାହିଁ ତାହା ଦୀର୍ଘ ୨୪ ବର୍ଷ ହେଲା ଭଲ ଭାବେ ଓଡ଼ିଶାବାସୀ ଜାଣିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ଆପଣ ଓଡ଼ିଶାକୁ କେତେ ମନେ ରଖିଛନ୍ତି। ଜୁନ ୧୦ ତାରିଖ ତ ନୁହେଁ, ଆଗାମୀ ୧୦  ବର୍ଷରେ ବି ଓଡ଼ିଶାବାସୀଙ୍କ ହୃଦୟ  ଜିତି ପାରିବ ନାହିଁ।

Also read: ମୋଦୀଙ୍କ ରତ୍ନଭଣ୍ଡାର ପ୍ରସଙ୍ଗର ଉତ୍ତର ରଖିଲେ ଲେଖାଶ୍ରୀ, କହିଲେ ଏମିତି କିଛି

ମୁଖ୍ୟମନ୍ତ୍ରୀ କହିଛନ୍ତି,  ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବା ପରେ ବି ଆପଣ ଓଡ଼ିଆ ଭାଷାକୁ ଭୁଲି ଗଲେ। ସଂସ୍କୃତକୁ ୧୦୦୦ କୋଟି କିନ୍ତୁ ଓଡ଼ିଆକୁ ଶୂନ୍ୟ। ଆପଣ ଓଡ଼ିଶୀ ମ୍ୟୁଜକୁ ଭୁଲିଗଲେ। ମୁଁ ଓଡ଼ିଶୀ ମ୍ୟୁଜିକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଦୁଇ ଥର ପ୍ରସ୍ତାବ ଦେଇଥିଲି। କିନ୍ତୁ ଆପଣ ଦୁଇ ଥର ପ୍ରତ୍ୟାଖାନ କଲେ।  ଓଡ଼ିଶାରେ ବହୁତ ବୀରପୁତ୍ର ଅଛନ୍ତି। ଆପଣ ଆଜି କେତେ ନାଁ କହିଲେ। କିନ୍ତୁ କଣ ଆଜି ଭାରତରତ୍ନ ପାଇଁ କେହି ଠିକ୍ ଲାଗିଲେନି। ଭାରତରତ୍ନ ବାଣ୍ଟିବା ବେଳେ କଣ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ଭୁଲିଗଲେ। ଆପଣଚାଷୀମାନଙ୍କ ଆୟ ଦୁଇ ଗୁଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆପଣତାକୁ ବି ଭୁଲଗିଲେ। ଆପଣ ଓଡ଼ିଶା ଲୋକଙ୍କୁ ମନେ ରଖି କୋଷ୍ଟାଲ ହାଇଓ୍ଵେ କରିବାର ଥିଲା। ସେଟା ବି ଭୁଲିଗଲେ।

ସେ ଏହା ମଧ୍ୟ କହିଛନ୍ତି, ଓଡ଼ିଶାର ସଂପଦ କୋଇଲା, ଆପଣ ନେଉଛନ୍ତି କିନ୍ତୁ ରାଜସ୍ଵ ବଢାଇବା ପାଇଁ ୧୦ ବର୍ଷ ହେଲା ଭୁଲିଗଲେ। କେବଳ ନିର୍ବାଚନ ସମୟରେ ଓଡ଼ିଶାକୁ ମନେ ପକାଇଲେ। ଏଥିରେ କିଛି ଲାଭ ନାହିଁ। ଆପଣ ୨୦୧୪ ଏବଂ ୨୦୧୯ରେ ଦେଇଥିବା ପ୍ରତିଶ୍ରୁତିକୁ କଣ ମନେ ରଖିଛନ୍ତି କି ?  ଓଡ଼ିଶାବାସୀ ଆପଣ କରିଥିବା ଦରବୃଦ୍ଧି, ୨ କୋଟି ଚାକିରି, ଏଲପିଜି, ପେଟ୍ରୋଲ, ଡିଜେଲ୍ ଦର କମାଇବା, ମୋବାଇଲ କନେକ୍ଟିଭି ଦେବା, ଜିଏସଟି ଛାଡ଼ କରିବା ସବୁ ଓଡ଼ିଶାବାସୀ ଜାଣିଛନ୍ତି। ଜୁନ ୧୦ ତାରିଖ ତ ନୁହେଁ, ଆଗାମୀ ୧୦  ବର୍ଷରେ ବି ଓଡ଼ିଶାବାସୀଙ୍କ ହୃଦୟ  ଜିତି ପାରିବ ନାହିଁ। ମହାପ୍ରଭୁଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଭଲ ପାଇବା ଯୋଗୁଁ ବିଜେଡି ଷଷ୍ଠ ଥର ସରକାର ଗଢିବାକୁ ଯାଉଛି।  

ସୂଚନାଯୋଗ୍ୟ, ଫୁଲବାଣୀ ସଭାରେ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ନବୀନ ବାବୁଙ୍କୁ କାଗଜ ଖଣ୍ଡେ ଧରାଇ ଛିଡା କରାଯାଉ । ନବୀନ ବାବୁଙ୍କୁ ବିନା କାଗଜରେ ଜିଲ୍ଲା ନାଁ ଲେଖିବାକୁ କୁହାଯାଉ । ଜିଲ୍ଲା ନାଁ ଓ ଜିଲ୍ଲା ମୁଖ୍ୟାଳୟର ନାଁ ଲେଖିବାକୁ କୁହାଯାଉ । ଯେଉଁ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲା ନାଁ ଜାଣି ନାହାନ୍ତି ସେଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଖି ପାରିବେ କି ?

ସେହିପରି ପ୍ରଧାନମନ୍ତ୍ରୀ ବଲାଙ୍ଗୀର ସଭାରେ କହିଛନ୍ତି, ଆପଣଙ୍କ ମୁଖ୍ୟମନ୍ତ୍ରୀ ଏଠାରେ ନିର୍ବାଚନ ଲଢିବାକୁ ଆସିଛନ୍ତି । ତାଙ୍କୁ ପୂରା ବାଜାବାଣ ବଜାଇ ଏଠାରୁ ବିଦା କରନ୍ତୁ । ନବୀନ ବାବୁ ଯଦି ଏଠାକୁ ପ୍ରଚାରରେ ଆସନ୍ତି, ତାଙ୍କୁ କଣ୍ଟାବାଞ୍ଜିର ୧୦ ଗାଁ ନାଁ ପଚାରିବେ । ଜେଡି ସରକାରର କାଉଣ୍ଟଡାଉନ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.