ବିଜେପି କରିବ ତିରଙ୍ଗା ଯାତ୍ରା, ଲୋକଙ୍କୁ ଜଣାଇବ ‘ଅପରେସନ ସିନ୍ଦୂର’ର ଉପଲବ୍ଧି

Published By : Prameya-News7 Bureau | May 12, 2025 IST

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ନାଗରିକଙ୍କ ହତ୍ୟାର ଜବାବ ଦେବାକୁ ଭାରତ ଲଞ୍ଚ କରିଥିଲା ଅପରେସନ ସିନ୍ଦୂର। ଯେଉଁଥିରେ ପାକିସ୍ତାନରେ ୯ ଆତଙ୍କୀ ଠିକଣାକୁ ଧ୍ବଂସ କରିଥିଲା ଭାରତୀୟ ସେନା। ଆଉ ଭାରତର ଏହି ଆକ୍ସନରେ ପ୍ରାୟ ୧୦୦ ଆତଙ୍କୀ ସଫା ହୋଇଛନ୍ତି। ହେଲେ ଆତଙ୍କୀଙ୍କ ନିପାତରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଆକ୍ରମଣ କରିବାକୁ ପଛାଇନଥିଲା। ହେଲେ ପାକିସ୍ତାନରୁ ସବୁ ଆକ୍ରମଣର କଡ଼ା ଜବାବ ଦେଇଥିଲା ଭାରତ। ଅବଶ୍ୟ ଯୁଦ୍ଧବିରତି ପରେ ସଂଘର୍ଷ ଥମିଛି।

ତେବେ ପାକିସ୍ତାନ ସହ ଯୁଦ୍ଧବିରତି ଏବଂ ଅପରେସନ ସିନ୍ଦୂରକୁ ନେଇ ସୋମବାର ବିଜେପିର ବଡ଼ ବୈଠକ ହୋଇଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଦଳର ରାଷ୍ଟ୍ରୀୟ ମହାସଚିବଙ୍କ ସହ ବୈଠକ କରିଛନ୍ତି। ଆଉ ଏହି ବୈଠକରେ ବିଜେପି ପୂରା ଦେଶରେ ତିରଙ୍ଗା ଯାତ୍ରା କରିବା ନେଇ ନିଷ୍ପତ୍ତି ହୋଇଛି ।

ଏହି ତିରଙ୍ଗା ଯାତ୍ରା ମେ ୧୩ରୁ ୨୩ ପର୍ଯ୍ୟନ୍ତ ୧୦ ଦିନ ଧରି କରାଯିବ। ଏହି ସମୟରେ ଦଳ ସବୁ ନାଗରିକଙ୍କ ନିକଟରେ ପହଞ୍ଚି ତାଙ୍କୁ ଅପରେସନ ସିନ୍ଦୂରର ଉପଲବ୍ଧି ବିଷୟରେ କହିବ। ସମ୍ବିତ ପାତ୍ର, ବିନୋଦ ତାଓ୍ବଡ଼େ, ତରୁଣ ଚୁଘ ଏବଂ ଅନ୍ୟ ବରିଷ୍ଠ ନେତା ଅଭିଯାନ ପାଇଁ ତତ୍ତ୍ବାବଧାନ କରିବେ। ବରିଷ୍ଠ ବିଜେପି ନେତା ଏବଂ ମନ୍ତ୍ରୀ ମାନେଯାତ୍ରାର ନେତୃତ୍ବ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.