ବିଜେଡିର ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବ ବିଜେପି, ସୋମବାର ରାଜ୍ୟବ୍ୟାପୀ କରିବ ସତ୍ୟାଗ୍ରହ

Published By : Prameya-News7 Bureau | December 25, 2022 IST

ଭୁବନେଶ୍ଵର: ଡିସେମ୍ବର ୨୬ରେ ସରଗରମ ହେବ ରାଜ୍ୟ ରାଜନୀତି । ମୁହାଁମୁହିଁ ହେବେ ବିଜେଡି-ବିଜେପି। ବିଜେଡି ପାଳିବ ପ୍ରତିଷ୍ଠା ଦିବସ । ରାଜ୍ୟବ୍ୟାପୀ ବିଜେପି କରିବ ସତ୍ୟାଗ୍ରହ । ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଏବଂ ୨୬ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ପୁରୀରେ ବଡ଼ ଧରଣର ଆୟୋଜନ କରୁଛି ବିଜେଡି । ତେବେ ଏହାକୁ କାଉଣ୍ଟର କରିବାକୁ ଷ୍ଟ୍ରାଟେଜି କରିଛି ବିଜେପି । ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ୪ ଘଣ୍ଟିଆ ସତ୍ୟାଗ୍ରହ କରିବ ଦଳ ।  ଏମିତିରେ ୨୬ ତାରିଖରେ ରାଜ୍ୟରେ ଦେଖିବାକୁ ମିଳିବ ରାଜନୈତିକ ହାଇଡ୍ରାମା ।

କାଲି ବିଜେଡି ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ବିଜେପି ରାଜ୍ୟର ସବୁ ମଣ୍ଡଳ ଏବଂ ଜୋନ୍ ସ୍ତରରେ ସତ୍ୟାଗ୍ରହ କରିବ। ଜେଲରେ ଅଭିଯୁକ୍ତଙ୍କ ମୃତ୍ୟୁ, ନାରୀ ନିର୍ଯାତନା ଓ ରାଜନୀତିରେ ଅପରାଧୀକରଣ ଆଦି ପ୍ରତିବାଦରେ ସବୁ ମଣ୍ଡଳରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ  ବିଜେପି କରିବ ବୋଲି ଘୋଷଣା କରିଛି ରାଜ୍ୟ ବିଜେପି।

ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି । ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ କନ୍ଧମାଳର ବାଲିଗୁଡା ଏବଂ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ଚିଲିକାରେ ସାଧାରଣ ସଭାରେ ଯୋଗଦେଇ ନଡ୍ଡା ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେବେ । ଏହାକୁ ନେଇ ବିଜେପି ଶିବିର ବେଶ ଚଳଞ୍ଚଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.