ବିଜେପି ନେତାଙ୍କୁ ନୋଟିସ୍ ପ୍ରସଙ୍ଗ ; ଆଇନ ତା ବାଟରେ ଯିବ ବୋଲି ସବୁବେଳେ କହୁଥିବା ମୁଖ୍ୟମନ୍ତ୍ରୀ ଅନ୍ଧ ଧ୍ରୁତରାଷ୍ଟ୍ର -ସମୀର ମହାନ୍ତି

Published By : Prameya-News7 Bureau | January 31, 2019 IST

ଭୁବନେଶ୍ବର ୩୧|୧:  ଆଇନ ତା ବାଟରେ ଯିବା କଥା ମୁଖ୍ୟମନ୍ତ୍ରୀ କହିବା ତାଙ୍କର ଦୋମୁଁହା ନୀତି । ନବୀନ ଅନ୍ଧ ଧ୍ରୁତରାଷ୍ଟ୍ର ସାଜିଛନ୍ତି । ରାଜନୈତିକ ପରିବର୍ତ୍ତନର ଆଭାସ ପାଇଲେଣି ନବୀନ । ତେଣୁ ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ବିଜେପି ନେତାଙ୍କୁ ଟାଣି ଓଟାରି ମାମଲାରେ ପୁରାଯାଉଛି । ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପୋଲିସ ଅନ୍ତରୀଣ ଚାର୍ଜସିଟ୍ ଦେଇସାରିଛି । ସେଥିରେ ବିଜେପିର କୌଣସି ନେତାଙ୍କ ନାମ ନାହିଁ । ରାଜନୈତିକ ଉଦ୍ଦେଶ୍ୟରେ ଗୃହ ବିଭାଗକୁ ବ୍ୟବହାର କରୁଛନ୍ତି ଶାସକ ଦଳ । ୩ ଦିନ ତଳେ ପୁରୀରେ ଯୁବମୋର୍ଚ୍ଚାର ବିକ୍ଷୋଭ ସମୟରେ ୪୮ ଜଣ କର୍ମୀ ଓ ସଭାପତି ବସନ୍ତ ପଣ୍ଡାଙ୍କ ନାଁରେ ମାମଲା କରିବା ଏହା ସ୍ପଷ୍ଟ କରୁଛି । ଅପରପକ୍ଷରେ ଶାସକଦଳର ନେତା ସଂପୃକ୍ତ ଥିବା ଅପରାଧ ଘଟଣାରେ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି କହିଛନ୍ତି ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.