୨୦ରୁ ୩୦ ଟିଆରଏସ ବିଧାୟକଙ୍କୁ କିଣିବାକୁ ପ୍ରୟାସ କରୁଛି ବିଜେପି, ତେଲେଙ୍ଗାନା ସିଏମ କେସିଆରଙ୍କ ଅଭିଯୋଗ

Published By : Prameya-News7 Bureau | October 30, 2022 IST

ନୂଆଦିଲ୍ଲୀ: ଟିଆରଏସ ବିଧାୟକଙ୍କୁ କିଣିବା ପାଇଁ ବିଜେପି ପ୍ରୟାସ କରୁଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଅଭିଯୋଗ କରିଛନ୍ତି । ସିଏମ କେସିଆର କହିଛନ୍ତି, ବିଜେପି ୨୦ରୁ ୩୦ ଟିଆରଏସ ବିଧାୟକଙ୍କୁ କିଣିବାକୁ ପ୍ରସାୟ କରୁଛି । ଏକ ରାଲିରେ କେସିଆର କହିଛନ୍ତି ଯେ ଟିଆରଏସ ବିଧାୟକଙ୍କୁ ଦଳରେ ସାମିଲ କରିବା ପାଇଁ ୧୦୦-୧୦୦ କୋଟି ଟଙ୍କାର ଅଫର ଦିଆଯାଇଛି ।

ମୁନୁଗୋଡେ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେସିଆର ପିଏମ ମୋଦୀଙ୍କୁ ଟାର୍ଗେଟ କରି ତାଙ୍କ ବିଧାୟକଙ୍କୁ କିଣିବା ପାଇଁ ପ୍ରସାୟ କରାଯାଉଥିବା କହିଛନ୍ତି । କେସିଆର କହିଛନ୍ତି, ମୁଁ ନରେନ୍ଦ୍ର ମୋଦୀ ଜୀଙ୍କୁ ପଚାରୁଛି, ଏ କ୍ରୁରତା କାହିଁକି ? ଆପଣଙ୍କୁ କେତେ କ୍ଷମତା ଦରକାର ? ଆପଣ ପୂର୍ବରୁ ଦୁଇ ଥର ନିର୍ବାଚିତ ହୋଇସାରିଛନ୍ତି, ଏହା ପରେ ବି କାହିଁକି ସରକାର ଭାଙ୍ଗୁଛନ୍ତି।

ରାଲିରେ ସିଏମ କେସିଆର ନିଜ ବିଧାୟକଙ୍କୁ ମଞ୍ଚ ଉପରେ ଦେଖାଇ କହିଛନ୍ତି, 'ମୋ ସହ ଚାରି ବିଧାୟକ ହାଇଦ୍ରାବାଦରୁ ମୁନୁଗୋଡେ ଆସିଛନ୍ତି । ମୋର ଏହି ଚାରି ବିଧାୟକ ଆମ ସରକାର ବିରୋଧରେ ଷଡଯନ୍ତ୍ର ରଚିଥିବା ଦିଲ୍ଲୀର ଦଲାଲଙ୍କ କୋଟି କୋଟି ଟଙ୍କାର ଅଫର ଅଗ୍ରାହ୍ୟ କରିଛନ୍ତି'।

କେସିଆର କହିଛନ୍ତି, 'ଦିଲ୍ଲୀର କିଛି ଦଲାଲ ତେଲେଙ୍ଗାନାର ସ୍ୱାଭିମାନକୁ କିଣିବା ପାଇଁ ପ୍ରସାୟ କରିଛନ୍ତି ଏବଂ ଆମ ନେତାଙ୍କୁ ୧୦୦ କୋଟି ଟଙ୍କା ଅଫର ଦେଇଛନ୍ତି ଏବଂ ଦଳ ଛାଡି ତାଙ୍କ ଆସିବାକୁ କହିଥିଲେ । କିନ୍ତୁ ଏହାକୁ ସ୍ୱୀକାର ନକରି ମୋ ସହିତ ଅଛନ୍ତି'। ପିଏମ ମୋଦୀଙ୍କୁ ନିଶାନା କରି କେସିଆର କହିଛନ୍ତି, 'ବିଶ୍ୱଗୁରୁ ନୁହେଁ, ସେ ବିଷ ଗୁରୁ ଅଟନ୍ତି'।

ଉଲ୍ଲେଖଯୋଗ୍ୟ ଯେ, ଚାରି ଟିଆରଏସ ବିଧାୟକଙ୍କୁ ଲାଞ୍ଚ ଦେବା ପ୍ରୟାସ କରିବା ଅଭିଯୋଗରେ ତିନି ଲୋକଙ୍କୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଯାଇଛି । ଏହାର ଗୋଟିଏ ଦିନ ପରେ ତେଲେଙ୍ଗାନା ସିଏମ କେସିଆର ବିଜେପିକୁ ଟାର୍ଗେଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.