ତେଜିଲା ବୈତରଣୀରେ ବ୍ୟାରେଜ ନିର୍ମାଣ ଦାବି, ଆସନ୍ତା ୨୬ରୁ ବିଜେପି କରିବ ପଦଯାତ୍ରା ଓ ଦସ୍ତଖତ ଅଭିଯାନ

Published By : Prameya-News7 Bureau | July 24, 2021 IST

ଭଦ୍ରକ ୨୪/୭: ବ୍ୟାରେଜ ନିର୍ମାଣ ଦାବିରେ ଭଣ୍ଡାରୀପୋଖରୀ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଭଣ୍ଡାରୀପୋଖରୀ ଵ୍ଲକ ବୈତରଣୀ ନଦୀର ଆଖୁଆପଦା ଆନିକଟ ଠାରେ ବ୍ୟାରେଜ ନିର୍ମାଣ ଦାବିରେ ବଦ୍ରି ନାରାୟଣ ଧଳଙ୍କ ନେତୃତ୍ବରେ ଭଣ୍ଡାରୀପୋଖରୀ ବିଜେପି କାର୍ଯ୍ୟଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ବନ୍ୟା ପ୍ଳାବିତ ଭଣ୍ଡାରିପୋଖରୀ ବ୍ଲକ ଵୈତରଣୀ ନଦୀର ବନ୍ୟାରେ ବହୁ କ୍ଷୟକ୍ଷତି ହୁଏ । ଏଠାରେ ଏକ ବ୍ୟାରେଜ ନିର୍ମାଣ କରାଗଲେ ବନ୍ୟାକୁ ନିୟନ୍ତ୍ରଣ କରାଯିବା ସହ ଏହି ପାଣିକୁ ଅଟକଯାଇ ଚାଷ କାମରେ ଲଗାଯାଇପାରିବ । ଏହା ଦ୍ଵାରା ଭଦ୍ରକ ଜିଲ୍ଲାର ୩ଟି ବ୍ଲକ ଭଣ୍ଡାରିପୋଖରୀ, ଧାମନଗର ଓ ଚାନ୍ଦବାଲି ବ୍ଲକର ଚାଷୀ ଲାଭବାନ ହେବେ । ବାରମ୍ବାର ଦାବି ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ।

ତେବେ ଆସନ୍ତା ଜୁଲାଇ ୨୬ ତାରିଖ ଠାରୁ ପଦଯାତ୍ରା ଓ ପୂର୍ବପରି ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ ବୋଲି ଭଣ୍ଡାରୀପୋଖରୀ ବିଜେପି ନେତା ବ୍ରଦି ନାରାୟଣ ଧଳା କହିଛନ୍ତି। ଦଳମତ ନିର୍ବିଶେଷରେ ଭଦ୍ରକ ଵାସିନ୍ଦା ଜିଲ୍ଲାର ସ୍ବାର୍ଥକୁ ଲକ୍ଷ୍ୟ କରି ଏଥିରେ ସାମିଲ ହେବାକୁ ଵିଜେପି ନେତା ଆହ୍ବାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.