scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଙ୍ଗଳବାରଠୁ ୨୦ ତାରିଖ ଯାଏଁ ବ୍ଲକ ଓ ପୌର ପରିଷଦ ସମ୍ମୁଖରେ ଆନ୍ଦୋଳନ କରିବ ବିଜେପି

13/11/2023 at 4:29 PM

ଝାରସୁଗୁଡା ୧୩।୧୧: ମଙ୍ଗଳବାର ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ବିଭିନ୍ନ ବ୍ଲକ ଓ ପୌର ପରିଷଦ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ । ବିଭିନ୍ନ ଯୋଜନାରେ ସରକାରୀ ଅର୍ଥ ବାଟମାରଣା, କେନ୍ଦ୍ର ସରକାରଙ୍କ ଅର୍ଥର ହଡପ ସହ ରାଜ୍ୟ ସରକାରଙ୍କ ସବୁ କ୍ଷେତ୍ରରେ ବିଫଳତାକୁ ପ୍ରସଙ୍ଗ କରି ମଙ୍ଗଳବାର କିର୍ମିରା ବ୍ଲକରେ ବିଜେପି ଆନ୍ଦୋଳନ କରିବା ସହ କୋଲାବିରା, ଲାଇକେରା, ଝାରସୁଗୁଡା ସହ ଲଖନପୁର, ବେଲପାହାଡ଼ ଓ ବ୍ରଜରାଜନଗରରେ ୨୦ ତାରିଖ ମଧ୍ୟରେ ଆନ୍ଦୋଳନ କରିବ । ଏଥିପାଇଁ ସୋମବାର ବିଜେପି ଜିଲ୍ଲା ସଭାପତିଙ୍କ ସହ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଓ ବିଜେପି ରାଜ୍ୟ ସଂପାଦକ ଟଂକଧର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

You Can Read :

   Related Posts