ଗୁଜରାଟ ପାଇଁ ବିଜେପିର ରଣନୀତି, ଭିଜନ୍ ଡକ୍ୟୁମେଣ୍ଟ ପାଇଁ ୧ କୋଟି ଲୋକଙ୍କ ପରାମର୍ଶ ନେବେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | November 08, 2022 IST

ନୂଆଦିଲ୍ଲୀ: ମଙ୍ଗଳବାର ଗୁଜରାଟର ଗସ୍ତରେ ବିଜେପିର ଅନେକ କେନ୍ଦ୍ରୀୟ ମନ୍ତ୍ରୀ । ଏହି ସମୟରେ ସେ ବିଭିନ୍ନ ବିଧାନସଭା କ୍ଷେତ୍ରରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ ଏବଂ ସେଠାରେ ପାର୍ଟିର ଡକ୍ୟୁମେଣ୍ଟ ଅଗ୍ରସର ଗୁଜରାଟ ପାଇଁ ରାଜ୍ୟର ପ୍ରାୟ ଏକ କୋଟି ଲୋକଙ୍କ ପରାମର୍ଶ ନେବେ। ଏହି ଆଲୋଚନା ଆଜିଠାରୁ ଆଠ ଦିନ ଯାଏଁ ଚାଲିବ ଏବଂ ନଭେମ୍ୱର ୧୫ରେ ଶେଷ ହେବ ।

ରାଜ୍ୟର ୧୮୨ ବିଧାନସଭା ଆସନ ପାଇଁ ବିଜେପିର ସ୍ଥାନୀୟ ଟିମ୍ ବ୍ୟବସାୟୀଙ୍କୁ ଭେଟିବା ସହ ଘରେ-ଘରେ ପହଞ୍ଚି ସମ୍ପର୍କ ଅଭିଯାନ ଜରିଆରେ ପରାମର୍ଶ ଲୋଡୁଛି । ଏହି ଅଭିଯାନରୁ ମିଳିଥିବା ବିଭିନ୍ନ ପରାମର୍ଶ ଆଧାରରେ ନିର୍ବାଚନୀ ଘୋଷଣାପତ୍ର ଜାରି କରାଯିବ ।

ଏହି ସମୟରେ ସମସ୍ତ ବିଧାନସଭା କ୍ଷେତ୍ରରେ ଆକାଂକ୍ଷା ବାକ୍ସ ରଖାଯିବା ଏବଂ କାନ୍ଥରେ କ୍ୟାନଭାସ ଲଗାଯିବ। ଏହା ସାହାଯ୍ୟରେ ଲୋକଙ୍କ ଠାରୁ ପରାମର୍ଶ ନିଆଯିବ । ସଚେତନତା ବଢାଇବା ପାଇଁ କାମ କରୁଥିବା ଏସସି, ଏସଟି, ମହିଳା ଏବଂ ଯୁବକ, କଳାକାର ଏବଂ ସଂଗଠନ ସହ ଦଳ ସମ୍ପର୍କ କରିବ।

ବିଭିନ୍ନ ସଗଂଠନ ସହ ଆଲୋଚନା କରିବା ପାଇଁ ବିଜେପି ଏକ ଟିମ ଗଠନ କରିଛି । ଏଥିରେ ଅନୁରାଗ ଠାକୁର, ସ୍ମୃତି ଇରାନୀ, ଗିରିରାଜ ସିଂ, ଅର୍ଜୁନ ମୁଣ୍ଡା ଏବଂ ରବିଶଙ୍କର ପ୍ରସାଦଙ୍କ ପରି କେନ୍ଦ୍ର ମନ୍ତ୍ରୀ ଏବଂ ପାର୍ଟିର ବରିଷ୍ଠ ନେତା ସାମିଲ ଅଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ରାଜ୍ୟ ନେତୃତ୍ୱ ଏବଂ ସଂସଦର ସମସ୍ତ ସଦସ୍ୟ ଏହି ଅଭିଯାନରେ ସାମିଲ ହେବେ। ସୂତ୍ର ଅନୁସାରେ, ଏହି ବିଶାଳ ଅଭିଯାନ ସମୟରେ ପ୍ରାୟ ଏକ କୋଟି ଲୋକଙ୍କ ଠାରୁ ପରାମର୍ଶ ନିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହ ଅମିତ ଶାହ ଏଥିପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.