ସାମାଜିକ ନ୍ୟାୟ ପକ୍ଷ ପାଳିବା ବିଜେପି
Published By : Prameya-News7 Bureau | August 12, 2018 IST
ଓବିସି କମିଶନକୁ କେନ୍ଦ୍ର ସରକାର ସାମ୍ବିଧାନିକ ମାନ୍ୟତା ଦେବା ପରେ ରାଜ୍ୟ ବିଜେପି ଓବିସି ସେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ବର ବିଜୁପଟ୍ଟନାୟକ ବିମାନବନ୍ଦରରେ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସାରା ଦେଶରେ ଅଗଷ୍ଟ ୧୫ ରୁ ୩୧ ଯାଏଁ ସାମାଜିକ ନ୍ୟାୟ ପକ୍ଷ ପାଳନ କରିବ ବିଜେପି । ରାଜ୍ୟର ୩୬ ହଜାର ସାଙ୍ଗଠନିକ ବୁଥରେ ପଛୁଆ ବର୍ଗଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ପହଞ୍ଚାଇବ ଦଳ।