ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଫେବ୍ରୁଆରୀ ୪ ଓ ୫ରେ ବିଜେପିର ‘ମେଗା ବଜେଟ୍ ରିଚ୍ ଆଉଟ୍’, ସାରା ଦେଶ ଯାତ୍ରା କରିବେ କେନ୍ଦ୍ରମନ୍ତ୍ରୀ

2/02/2023 at 8:10 PM

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଆସନ୍ତା ଫେବ୍ରୁଆରୀ ୪ ଏବଂ ୫ରେ ଏକ ମେଗା ବଜେଟ୍ ରିଚ୍ ଆଉଟ୍‌ର ଶୁଭାରମ୍ଭ କରିବ । ଏହି ଅଭିଯାନ ଜରିଆରେ ସବୁ ବୟସ ବର୍ଗର, ଜାତି ଏବଂ ପେଶାର ପ୍ରତ୍ୟେକ ନାଗରିକଙ୍କୁ ବଜେଟର ଅର୍ଥ ପହଞ୍ଚାଯିବ । ଏହି ବଜେଟ୍ କାର୍ଯ୍ୟକ୍ରମ ପାଇଁ ପାର୍ଟିର ପାଞ୍ଚ ଜଣ କେନ୍ଦ୍ରମନ୍ତ୍ରୀ ସାରା ଦେଶରେ ଯାତ୍ରା କରିବେ । ପାର୍ଟି ସୂତ୍ର ଅନୁସାରେ, ଏହି ମେଗା ବଜେଟ୍ ରିଚ୍ ଆଉଟ୍ କାର୍ଯ୍ୟକ୍ରମ ଜରିଆରେ ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ ବଜେଟ୍ ଉପରେ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରିବେ । ଏହାସହ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ବୁଦ୍ଧିଜୀବୀଙ୍କ ସହ ସବୁ ବର୍ଗର ଲୋକଙ୍କ ସହ ଆଲୋଚନା କରିବେ ।

ଗୁରୁବାର ସକାଳରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି ଏବଂ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି କରିଛନ୍ତି । ସୂତ୍ର ଅନୁସାରେ, ମେଗା ବଜେଟ୍ ରିଚ୍ ଆଉଟ କାର୍ଯ୍ୟକ୍ରମରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଜାମ୍ମୁ ଗସ୍ତ କରିବେ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ କୋଚି ଯାତ୍ରା କରିବେ ।

ସେହିପରି କେନ୍ଦ୍ର ଉଦ୍ୟମିତା, ଦକ୍ଷତା ବିକାଶ, ଏବଂ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କୋଏମ୍ୱଟୁର ଗସ୍ତ କରିବେ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ରାୟପୁର ଯାତ୍ରା କରିବେ । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଭୋପାଳ ଏବଂ ପୀୟୁଷ ଗୋୟଲ ବେଙ୍ଗାଲୁରୁ ପହଞ୍ଚି କାର୍ଯ୍ୟକ୍ରମର ଅଂଶ ହେବ ।

   Related Posts