ରାଜଧାନୀବାସୀଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ ନେଇ ବିଏମ୍ସି ଅଫିସ୍ ଘେରାଉ କରିବ ବିଜେପି
31/07/2019 at 10:10 AM

ଭୁବନେଶ୍ବର ୩୧|୭: ଆଜି ବିଏମସି ଅଫିସ ଘେରାଉ କରିବ ବିଜେପି । ରାଜଧାନୀବାସୀଙ୍କୁ ମୌଳିକ ସୁବିଧାରୁ ବଂଚିତ ନେଇ ବିଏମସି ଅଫିସ ଘେରାଉ କରାଯିବ । ରାଜଧାନୀରେ ବିପର୍ଯ୍ୟସ୍ତ ଟ୍ରାଫିକ, ପ୍ରତ୍ୟେକ ଘର ଓ ବସ୍ତିକୁ ପାନୀୟଜଳ ଯୋଗାଣ, ପରିମଳ, ବର୍ଜ୍ୟବସ୍ତୁ ନିସ୍କାସନରେ ବିଏମସିର ବିଫଳତାକୁ ନେଇ ସକାଳ ୧୦ଟାରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଘେରାଉ କରିବେ । ରାଜଧାନୀରେ ବାତ୍ୟା ଫୋନି କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ଦେବା କାମକୁ ସଂପୂର୍ଣ୍ଣ କରିବାକୁ ମଧ୍ୟ ବିଜେପି ଦାବି ରଖିବ । ସେପଟେ ବିଜେପିର ଦାବି ଉପରେ ତର୍ଜମା କରାଯିବ ବୋଲି କହିଛନ୍ତି ବିଏମସିର ଉପଆୟୁକ୍ତ।
Related Posts
ବନ୍ୟା ବିତ୍ପାତ, କେନ୍ଦ୍ରାପଡାରେ ଦୁଇ ଦିନ ସ୍କୁଲ ଛୁଟି
16 August 2022
ଲାଞ୍ଚ ନେଉଥିବା ବେଳେ ଟଙ୍କା ସହ ଧରାପଡ଼ିଲେ ମୁଖ୍ୟ କିରାଣୀ
16 August 2022