Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୨୪ ଲୋକସଭା ନିର୍ବାଚନ ପାଇଁ ହେବ ବିଜେପି-ଜେଡିଏସ୍ ମେଣ୍ଟ: ବି.ଏସ୍.ୟଦିୟୁରପ୍ପା

8/09/2023 at 9:43 PM

ବେଙ୍ଗାଲୁରୁ ୮।୯: ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ଲୋକସଭା ନିର୍ବାଚନ ନିମନ୍ତେ କର୍ଣ୍ଣାଟକରେ ଜେଡି(ଏସ) ସହ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବି.ଏସ୍.ୟଦିୟୁରପ୍ପା କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ବିଜେପି ସହିତ ନିର୍ବାଚନ ବୁଝାମଣାରେ ଜେଡି(ଏସ୍)କୁ ୪ଟି ଲୋକସଭା ଆସନ ଦେବାକୁ ସହମତ ହୋଇଛନ୍ତି। ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଶାସକ ଓ ବିରୋଧୀ ଉଭୟ ପକ୍ଷରୁ ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଇତିମଧ୍ୟରେ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟ କେତେକ ବୈଠକ କଲାଣି ଓ ଏକାଠି ମିସି ନିର୍ବାଚନ ଲଢିବା ନିମନ୍ତେ ରଣନୀତି ପ୍ରସ୍ତୁତ କଲେଣି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କର୍ଣ୍ଣାଟକରେ ଜେଡି(ଏସ୍) ବିଜେପି ସହିତ ମେଣ୍ଟ କରିବା ଲାଗି ଇଛୁକ ଅଛି। ନିକଟରେ ଜେଡିଏସ୍ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପିକୁ ସାଥ ଦେଉଥିବାର ଦେଖାଯାଇଛି। ବାଲେଶ୍ୱର ରେଳ ଦୁର୍ଘଟଣା ମାମଲାରେ ଏଚ.ଡି.ଦେବଗୌଡ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲେ।

କେବଳ ଏତିକି ନୁହେଁ ନୂଆ ସଂସଦ ଭବନ ଉଦଘାଟନରେ ଅନ୍ୟ ବିରୋଧୀ ଦଳଙ୍କ ନିବେଦନକୁ ବେଖାତିର କରି ଦେବଗୌଡା ଉତ୍ସବରେ ଯୋଗ ଦେଇଥିଲେ। ଏ ନେଇ ଗୁରୁବାର ବିଜେପି ସହିତ ମେଣ୍ଟ ସମ୍ପର୍କରେ ଦେବଗୌଡାଙ୍କୁ ପଚରା ଯିବାରେ ଏପରି କୌଣସି ପାର୍ଟି ଅଛି ଯିଏ ବିଜେପି ସହିତ ଯିବନି ବୋଲି କହିଥିଲେ। କର୍ଣ୍ଣାଟକରେ ୨୮ଟି ଲୋକସଭା ଆସନରୁ ଜେଡିଏସ୍ ୪ଟିରେ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଚାହୁଁଛି। ଏହି ଆସନଗୁଡିକ ହେଉଛି ମାଣ୍ଡ୍ୟା, ହାସନ, ବେଙ୍ଗାଲୁର ଗ୍ରାମୀଣ ଓ ଚିକବଲ୍ଲାପୁର। ଗତ ଲୋକସଭା ନିର୍ବାଚନରେ ବିଜେପି କର୍ଣ୍ଣାଟକର ୨୮ଟିରୁ ୨୫ଟି ଲୋକସଭା ଆସନ ଜିତିଥିଲା। ଜେଡିଏସ୍ କେବଳ ଗୋଟିଏ ଆସନରେ ଜିତିଥିଲା। ଏପରିକି ଏଚ.ଡି.ଦେବଗୌଡା ମଧ୍ୟ ନିର୍ବାଚନ ହାରି ଯାଇଥିଲେ।

ଗତ ବିଧାନସଭା ନିର୍ବାଚନରେ ଜେଡି(ଏସ୍)କୁ ୧୯ଟି ଆସନ ମିଳିଥିଲା। ଏବେ ଜେଡିଏସ୍ ନିମନ୍ତେ ନିଜ ଅସ୍ତିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ବିଜେପି ହାତରୁ ରାଜ୍ୟ ଶାସନଯିବା ପରେ ନିର୍ବାଚନରେ ଗତ ଥରର ଆସନ ବଞ୍ଚାଇବା କରା ଅବା ମର ପରିସ୍ଥିତି ସୃଷ୍ଟି କରିଛି। ରାଜ୍ୟରେ ଉଭୟ ପାର୍ଟି ଏକାଠି ହେଲେ କଂଗ୍ରେସ ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି। ତେବେ କର୍ଣ୍ଣାଟକରେ ଅନେକ ବିଜେପି ନେତା ମେଣ୍ଟ ସପକ୍ଷରେ ନାହାନ୍ତି। ସେମାନେ ତର୍କ କରୁଛନ୍ତି ରାଜ୍ୟରେ ବିଜେପି ଏକାକୀ ଗତ ପ୍ରଦର୍ଶନ ଦୋହରାଇପାରେ। ତେବେ ଏଥିରେ ଜେଡିଏସ୍ ବିଜେପି ଡଙ୍ଗାରେ ବସି ନିର୍ବାଚନ ବୈତରଣୀ ପାର ହେବାକୁ ବିଚାର କରୁଥିବା ସାଂସଦମାନେ କହିଛନ୍ତି।

କର୍ଣ୍ଣାଟକ ହାତରୁ ଯିବା ପରେ ବିଜେପି ଏବେ ଦକ୍ଷିଣ ଭାରତୀୟ ରାଜ୍ୟରେ ମେଣ୍ଟ କରିବାକୁ ଚାହୁଁଛି। ଏଥି ପାଇଁ ତାମିଲନାଡୁରେ ଏଆଇଡିଏମକେ ସହିତ ଦଳ ମେଣ୍ଟ କରିସାରିଲାଣି। ଆସନ ବୁଝାମଣା ପାଇଁ ମଧ୍ୟ ସହମତି ମଧ୍ୟ ହୋଇସାରିଛି। ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଟିଡିପି ସହିତ ମେଣ୍ଟ ନିମନ୍ତେ ଆଲୋଚନା ଚାଲିଛି। ପୁଡୁଚେରୀରେ ବିଜେପି ପ୍ରଥମରୁ ମେଣ୍ଟ ସରକାରରେ ସାମିଲ ଅଛି। କେରଳରେ ମଧ୍ୟ କିଛି ଛୋଟମୋଟ ଦଳ ସହ ବିଜେପି ମେଣ୍ଟ ଆଲୋଚନା ଚଳାଇଛି। କର୍ଣ୍ଣାଟକରେ ଜେଡିଏସ୍‌ର ସମର୍ଥନ ମିଳିଲେ ଦକ୍ଷିଣରେ ବିଜେପି ମଜଭୁତ ହେବ ବୋଲି ଆଶା ବାନ୍ଧିଛି।    

   Related Posts