ରବିବାର ସସପେନ୍ସ ଶେଷ...ମୁଖ୍ୟମନ୍ତ୍ରୀ ପଦକୁ ନେଇ କୈଳାସ ବିଜୟବର୍ଗୀୟଙ୍କ ବଡ଼ ବୟାନ

Published By : Prameya-News7 Bureau | December 07, 2023 IST

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ବଡ଼ ବିଜୟ ହାସଲ କରିଛି । କିନ୍ତୁ ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଉପରେ ଏବେ ବି ସସପେନ୍ସ ରହିଛି । କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଏହାରି ଭିତରେ ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟ ଏକ ବଡ ବୟାନ ଦେଇଛନ୍ତି । କେଉଁ ଦିନ ସିଏମ୍ ପଦକୁ ନେଇ ସସପେନ୍ସ ହଟିବ ତାହା ଘୋଷଣା କରିଛନ୍ତି । ଏହାସହ ନୂଆ ଚେହେରା ପ୍ରଶ୍ନ ଉପରେ ମଧ୍ୟ ଜବାବ ଦେଇଛନ୍ତି ।

ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟଙ୍କୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ କେତେ ଦିନ ଚାଲିବ ବୋଲି ସାମ୍ୱାଦିକ ପ୍ରଶ୍ନ କରିଥିଲେ । ଏହାର ଜବାବରେ ବିଜେପି ରାଷ୍ଟ୍ରୀୟ ମହାସଚିବ କହିଥିଲେ, ଏହି ସସପେନ୍ସ ରବିବାର ଶେଷ ହୋଇଯିବ । ଏହାପରେ ପୁରୁଣା ନେତାଙ୍କୁ ନାଁ ନୂଆ ନେତାଙ୍କୁ ସୁଯୋଗ ଦିଆଯିବ ପ୍ରଶ୍ନ କରିଥିଲେ । ବିଜୟବର୍ଗୀୟ କହିଥିଲେ ଯେ, ଏହାର ଉତ୍ତର ସମସ୍ତଙ୍କୁ ୧୦ ତାରିଖରେ ମିଳିବ ।

wp:html /wp:html wp:heading

ମୁଖ୍ୟମନ୍ତ୍ରୀ ପଦକୁ ନେଇ କାହିଁ ସସପେନ୍ସ ?

/wp:heading

ଉଲ୍ଲେଖଯୋଗ୍ୟ ଯେ ବିଜେପି ଏହି ତିନି ରାଜ୍ୟର ନିର୍ବାଚନରେ କୌଣସି ମୁଖ୍ୟମନ୍ତ୍ରୀ ଚେହେରା ଦେଇ ନଥିଲା । ତିନି ରାଜ୍ୟରେ ବିଜେପି ପ୍ରଚଣ୍ଡ ବହୁମତ ହାସଲ କରିଥିଲା । ସୂତ୍ର ଅନୁସାରେ ପିଏମ୍ ମୋଦୀଙ୍କ ବାସ ଭବନରେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିଦାରଙ୍କ ଉପରେ ବିଚାର କରିଥିଲେ । ଗୁରୁବାର ପାର୍ଟି ନେତୃତ୍ୱ ଏହା ଉପରେ ବୈଠକ କରିଥିଲେ । କୁହାଯାଉଛି ଯେ ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଆସନ୍ତାକାଲି ସୁଦ୍ଧା ସ୍ଥିର ହୋଇଯିବ । ସୂତ୍ର ଅନୁସାରେ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ । ରବିବାର ଏହି ତିନି ରାଜ୍ୟ ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରେ ।

Also Read: ତେଲଙ୍ଗାନାରେ ଆରମ୍ଭ ହେଲା ରେବନ୍ତ ରାଜ୍, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଡ୍ଡି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.