scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମଦର ଟେରେସା ଚାରିଟୀ ଆକାଉଣ୍ଟକୁ ଅଚଳ କରିଦେଇଛନ୍ତି ବିଜେପି ସରକାର ! ସାଙ୍ଘାତିକ ଅଭିଯୋଗ ଆଣିଲେ ଦିଦି

27/12/2021 at 5:45 PM

କୋଲକାତା,୨୭/୧୨ : ମମତାଙ୍କ ଗୁରୁତର ଅଭିଯୋଗ । ମଦର ଟେରେସା ମିଶନାରୀ ଚାରିଟୀ ଟଙ୍କା ବନ୍ଦ କରିଦେଇଛି ବିଜେପି । ତେବେ ମମତାଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଚାରିଟି ।

ଭାରତୀୟ ରାଜନୀତିରେ ଏବେ ମୁହାଁମୁହିଁ ବିଜେପି ଓ ଟିଏମସି । ପୂର୍ବରୁ କଂଗ୍ରେସ ସହ ଯେପରି ମୁକାବିଲା କରୁଥିଲା ଏବେ ଟିଏମସି ସହ ସେପରି ଭାବେ ମୁକାବିଲା କରୁଛି ବିଜେପି ।  ନିକଟରେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଗୁରୁତର ଅଭିଯୋଗ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

 ବିଜେପି ବିରୋଧରେ ମମତା ପୁଣି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। କେନ୍ଦ୍ର ମନ୍ତ୍ରାଳୟ ମଦର ଟେରେସାଙ୍କ ମିଶନାରୀ ଅଫ୍ ଚ୍ୟାରିଟିର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ (ଅଚଳ)କରିଦେଇଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି। ସୋମବାର ଟ୍ୱିଟ୍ କରି ଏପରି ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ସେ ଟ୍ୱିଟ୍‌ରେ ଲେଖିଛନ୍ତି, ଖ୍ରୀଷ୍ଟମାସରେ ଏହା ଶୁଣି ଦୁଃଖ ଲାଗିଲା । କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟ ଭାରତରେ ଚାଲୁଥିବା ମଦର ଟେରେସାଙ୍କ ମିଶନାରୀ ଅଫ୍ ଚ୍ୟାରିଟିର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍(ଅଚଳ)କରିଦେଇଛନ୍ତି। ସେଠାରେ ଥିବା ୨୨ ହଜାର ରୋଗୀ ଓ କର୍ମଚାରୀଙ୍କୁ ବିନା ଖାଦ୍ୟ ଓ ଔଷଧରେ ଛାଡ଼ି ଦିଆଯାଇଛି। ଆଇନ ସମସ୍ତଙ୍କ ଉପରେ।

ତେବେ ମମତାଙ୍କ ଏଭଳି ପ୍ରତିକ୍ରିୟା ଆସିବା ପରେ ମଦର ଟେରେସା ଚାରିଟିର ପ୍ରବକ୍ତା ଏହାକୁ ଖଣ୍ଡନ କରିଛନ୍ତି। ମମତା ଏ ବିଷୟରେ ଠିକ୍ ଭାବରେ ଅବଗତ ନାହାଁନ୍ତି। ସବୁକିଛି ଠିକ୍ ଚାଲିଛି ବୋଲି ସେ କହିଛନ୍ତି। ସେହିପରି ମିଶନାରୀ ଅଫ୍ ଚ୍ୟାରିଟିର ପ୍ରବକ୍ତା ସୁନିତା କୁମାର କହିଛନ୍ତି ଯେ, ଏ ବିଷୟରେ ଆମେ କାହାକୁ କହି ନାହୁଁ। ସେ ମଧ୍ୟ ଏଭଳି ଘଟଣା ସମ୍ପର୍କରେ ଜାଣି ନାହାଁନ୍ତି। ଭାରତ ସରକାର ଏନେଇ ସେମାନଙ୍କୁ କିଛି କହି ନାହାଁନ୍ତି। ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଭଲଭାବରେ ଚାଲିଛି। ସବୁ ଠିକ୍ ଠାକ୍ ଅଛି ବୋଲି ସେ କହିଛନ୍ତି ।

   Related Posts