‘ପରୀ’ ମୃତ୍ୟୁ ମାମଲା : ନୟାଗଡ ଯଦୁପୁର ଗାଁ ଅଭିମୁଖେ ବିଜେପି ଟିମ୍
30/11/2020 at 11:41 AM

ନୟାଗଡ ୩୦।୧୧: ପରୀ ମୃତ୍ୟୁ ମାମଲାରେ ନିରପେକ୍ଷ ତଦନ୍ତ ଦାବି କରି ଆସୁଛି ବିଜେପି । ଏହି ପରିପ୍ରେକ୍ଷୀରେ ସୋମବାର ନୟାଗଡ ଯଦୁପୁର ଗସ୍ତରେ ଯାଉଛି ବିଜେପିର ଏକ ଟିମ୍ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ବରେ କିଛି ବିଧାୟକ ନୟାଗଡ ଗସ୍ତ କରୁଛନ୍ତି ।
ଏହି ଟିମ୍ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରି ଯଦୁପୁରରେ ପହଞ୍ଚିବ । ସେଠାରେ ନାବାଳିକା ପରୀର ପରିବାର ସହ ଆଲୋଚନା କରିବ ଟିମ୍ । ପରୀ ମୃତ୍ୟୁ ଘଟଣାର ସିବିଆଇ ଦ୍ବାରା ତଦନ୍ତ ଏବଂ କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ବିଧାନସଭାକୁ ଅଚଳ କରାଯାଇଥିଲା । ଏହି ଲଢ଼େଇରେ ବିଜେପି ସାମିଲ ରହିବ ଓ ପରୀ ପାଇଁ ନ୍ୟାୟକୁ ନିର୍ଣ୍ଣାୟକ ମୋଡ଼ ପର୍ଯ୍ୟନ୍ତ ନେବା ପାଇଁ ଦଳ ବଦ୍ଧ ପରିକର ବୋଲି କହିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023