ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତେଜୁଛି ରାଜନୀତି, ଆଜି ସ୍ମିତାରାଣୀଙ୍କ ପରିବାରଲୋକଙ୍କୁ ଭେଟିବ ବିଜେପି ଟିମ୍

Published By : Prameya-News7 Bureau | November 01, 2019 IST

ଭୁବନେଶ୍ବର ୧।୧୧: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତେଜୁଛି ରାଜନୀତି । ଆଜି ବିଜେପି ବିଧାୟକ ଦଳର ଏକ ଟିମ୍  ଯାଜପୁର ଗସ୍ତ କରିବ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ଏହି ଟିମ୍  ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ମିତାରାଣୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବ ।

ତେବେ ଏହାକୁ ନେଇ ଗତକାଲି କଂଗ୍ରେସ ମାମଲାର ସିବିଆଇ ତଦନ୍ତ ଦାବି କରିବା ସହ ରାଜଭବନ ସମ୍ମୁଖରେ ଧାରଣା ଦେବା ସହ ଜୋରଦାର ପ୍ରତିବାଦ କରିଥିଲା । ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟାର ରୂପ ଦେଇ ବାଏଁବାଏଁ ଉଡାଇ ଦେବାକୁ ପୋଲିସ ବସିଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି । କେଉଁ ପରିସ୍ଥିତିରେ ପୋଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଲା, ତାହାଜଣାପଡିନାହିଁ। ପୋଲିସ ତଦନ୍ତ ବି ଅଧିକ ବାଟ ଆଗେଇପାରିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.