ପରୀ ବାପା-ମା'ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି

Published By : Prameya-News7 Bureau | November 30, 2020 IST

ନୟାଗଡ୩୦/୧୧: ପରୀ ମାଆ-ବାପାଙ୍କ ଭେଟିଲେ ବିଜେପି ଟିମ୍। ପରୀ କିପରି ନ୍ୟାୟ ପାଇବ, ଏ ନେଇ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ପରୀ ମୃତ୍ୟୁ ମାମଲାରେ ନିରପେକ୍ଷ ତଦନ୍ତ ଦାବି କରିଛି ବିଜେପି। ସୋମବାର ନୟାଗଡ ଯଦୁପୁର ଗସ୍ତରେ ବିଜେପି ଟିମ୍ ବାହାରିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ବରେ କିଛି ବିଧାୟକ ନୟାଗଡ ଗସ୍ତ କରିଥିଲେ। ଏଥିରେ ନୟାଗଡ଼ର ବିଜେପି କର୍ମୀଙ୍କ ସହ ବିଜେପି ଦଳର ବହୁ ନେତା ମଧ୍ୟ ସାମିଲ ଥିଲେ।

{"id":370279,"sizeSlug":"large"}

ଏହି ଟିମ୍ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରି ଯଦୁପୁରରେ ପହଞ୍ଚିଛନ୍ତି। ସେଠାରେ ନାବାଳିକା ପରୀର ପରିବାର ସହ ଆଲୋଚନା କରିଛନ୍ତି। ପରୀ ମୃତ୍ୟୁ ଘଟଣାର ସିବିଆଇ ଦ୍ବାରା ତଦନ୍ତ ଏବଂ କୃଷି ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ବିଧାନସଭାକୁ ଅଚଳ କରାଯାଇଥିଲା । ଏହି ଲଢ଼େଇରେ ବିଜେପି ସାମିଲ ରହିବ ଓ ପରୀ ପାଇଁ ନ୍ୟାୟକୁ ନିର୍ଣ୍ଣାୟକ ମୋଡ଼ ପର୍ଯ୍ୟନ୍ତ ନେବା ପାଇଁ ଦଳ ବଦ୍ଧ ପରିକର ବୋଲି କହିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.