ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ, ମହାପ୍ରଭୁଙ୍କୁ ନିମନ୍ତ୍ରଣ ପାଇଁ ପୁରୀ ଗଲା ବିଜେପି ଟିମ୍

Published By : Prameya-News7 Bureau | June 11, 2024 IST

ଭୁବନେଶ୍ବର ୧୧।୬: ବୁଧବାର ଶପଥ ନେବାକୁ ଯାଉଛନ୍ତି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ । ଯଦିଓ ବିଜେପି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିନାହିଁ କିନ୍ତୁ ଶପଥ ସମାରୋହ ପାଇଁ ବହୁ ଆଡମ୍ବର କରାଯାଇଛି । ରାଜଧାନୀର ଜନତା ମଇଦାନକୁ ସୁସଜ୍ଜିତ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । 

ତେବେ ଶପଥ ଗ୍ରହଣ ଉତ୍ସବ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଥମ ନିମନ୍ତ୍ରଣ କରାଯିବ । ମହାପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିବାକୁ ପୁରୀ ଯାଇଛି ବିଜେପି ଟିମ୍‌ । ବିଜେପିର ନବ ନିର୍ବାଚିତ ବିଧାୟକ ପ୍ରଭାତୀ ପରିଡା, ପୃଥ୍ବୀରାଜ ହରିଚନ୍ଦନ, ଆଶ୍ରିତ ପଟ୍ଟନାୟକ ପ୍ରମୁଖ ପୁରୀ ଗସ୍ତରେ ଯାଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରୁ ଗୁଆ, ନଡିଆ ଏବଂ ନିମନ୍ତ୍ରଣ ପତ୍ର ନେଇ ପୁରୀ ଯାଇଛି ଟିମ୍‌ । ଓଡିଆ ପରମ୍ପରା ଅନୁସାରେ ଶୁଭ କାମରେ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯାଏ । ସେଥିପାଇଁ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରିବା ପରେ ଅନ୍ୟ ନିମନ୍ତ୍ରଣ କାର୍ଡ ବଣ୍ଟାଯିବ ବୋଲି ପ୍ରଭାତୀ ପରିଡା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ଓଡିଶାର ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯାଉଛନ୍ତି । ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଜନତା ମଇଦାନରେ ଶପଥ ଗ୍ରହଣ କରିବେ । ଅପରାହ୍ଣ ୪ଟା ୪୫ରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି ।

You Can Read :

ଜୟଦେବ ବିହାରରୁ ନାଲକୋ ଛକ ରାସ୍ତାରେ ଗାଡ଼ି ଚଳାଚଳ କଟକଣା, ଜାଣନ୍ତୁ କେଉଁ ରୁଟ୍‌ କରିବେ ଯାତାୟତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.