scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘‘ଭାରତ ବିରୋଧୀ ଏଜେଣ୍ଡାରେ ସାମିଲ୍‌ ରହିଛି କଂଗ୍ରେସ୍‌, ଚୀନ୍‌ରୁ ହେଉଛି ଫଣ୍ଡିଂ’’, News Click ମାମଲାରେ ବିଜେପିର ଟାର୍ଗେଟ୍‌

7/08/2023 at 3:45 PM

ନୂଆଦିଲ୍ଲୀ, ୦୭/୦୮: ‘‘ଦେଶ ବିରୋଧୀ ଏଜେଣ୍ଡା ଚଳାଇବା ଏବଂ ଚୀନ୍‌ ସହ ଆନୁଗତ୍ୟ ରହିଛି କଂଗ୍ରେସ୍‌ର’’। ସୋମବାର କିଛି ଏଭଳି ଅଭିଯୋଗ ଆଣି କଂଗ୍ରେସ ଉପରେ ବର୍ଷିଛି ବିଜେପି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି କଂଗ୍ରେସ୍‌ ଏବଂ ଚୀନ୍‌ର କଥା ଗୋଟିଏ । କଂଗ୍ରେସ ଏବଂ ଚୀନ୍‌ର ସମ୍ପର୍କ ବିଷୟରେ କହିବା ସହ ସେ ନ୍ୟୁଜ୍‌ କ୍ଲିକ୍‌ ଓ୍ବେବସାଇଟ୍‌ର ମଧ୍ୟ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଏହି ଓ୍ବେବସାଇଟ୍‌ ଦ୍ବାରା ଚୀନ୍‌ର କମ୍ୟୁନିଟି ପାର୍ଟିର ପ୍ରୋପାଗଣ୍ଡା ଚଳାଉଛି।

ଏହା ସହ I.N.D.I.A ମେଣ୍ଟ ଉପରେ ମଧ୍ୟ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ‘‘ଏହି ମେଣ୍ଟର ନେତା ଏବଂ ଏମାନଙ୍କ ସମର୍ଥିତ ଲୋକେ କେବେ ଭାରତର ହିତ ଭାବିପାରିବେନି। ଭାରତ କିଭଳି ଦୁର୍ବଳ ହେଉ, ଭାରତର ହିତକୁ କିପରି କ୍ଷତି ପହଞ୍ଚୁ। ଆଉ କିପରି ଭାରତ ବିରୋଧୀ ଏଜେଣ୍ଡାକୁ ବୃଦ୍ଧି କରାଯାଇପାରିବ ତାହା ଏମାନେ ଚିନ୍ତା କରିଥାନ୍ତି।’’

ଆହୁରି ପଢ଼ନ୍ତୁ: ‘ସୁପ୍ରିମ’ ରାୟ ପରେ ଫେରିଲା ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା; ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି

ନ୍ୟୁଜ୍‌ କ୍ଲିକ୍‌କୁ ଚୀନ୍‌ ଫଣ୍ଡିଂ: ଅନୁରାଗ ଠାକୁର

ନ୍ୟୁଜ୍‌ କ୍ଲିକ୍‌ ବିଷୟରେ ସେ କହିଛନ୍ତି ଯେ, ‘‘ଏହାକୁ ଚୀନ୍‌ର ଗ୍ଲୋବାଲ ମିଡିଆରୁ ଫଣ୍ଡିଂ ହେଉଛି । ଯେତେବେଳେ ଏହି ଓ୍ବେବସାଇଟ୍‌ ଉପରେ ରେଡ୍‌ ହୋଇଥିଲା। ସେତେବେଳେ ସାମ୍ନାକୁ ଆସିଥିଲା ଯେ, ଜଣେ ବିଦେଶୀ ରାୟ ସିଂଙ୍ଘମ ଏହାର ଫଣ୍ଡିଂ କରିଥିଲେ।’’ ସେ ଆହୁରି ଦାବି କରିଛନ୍ତି ଯେ ନେଭିଲ ରାୟଙ୍କୁ ଚୀନ୍‌ ଫଣ୍ଡିଂ କରୁଛି । ତାହାର ସମ୍ପର୍କ କମ୍ୟୁନିଷ୍ଟ ପାର୍ଟୀ ଅଫ୍‌ ଚାଇନାର ପ୍ରୋପାଗଣ୍ଡା ଶାଖାର ସହ ରହିଛି। ଏମାନେ ଆଣ୍ଟି ଇଣ୍ଡିଆ ଏବଂ ବ୍ରେକ୍‌ ଇଣ୍ଡିଆ କ୍ୟାମ୍ପେନ୍‌ ଚଳାଉଥିଲେ।

ନେଭିଲ ରାୟ ଏବଂ କମ୍ୟୁନିଷ୍ଟ ପାର୍ଟୀ ଅଫ୍‌ ଚାଇନାର ସମ୍ବନ୍ଧକୁ ନେଇ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ବିଷୟରେ ଉଲ୍ଲେଖ କରି, ଅନୁରାଗ ଠାକୁର କହିଛନ୍ତି ‘‘ଏହି ଘଟଣାର ଖୁଲାସା ସେହି ଖବରକାଗଜ କରିଛନ୍ତି ଯାହାଙ୍କ ବିଷୟ​‌ରେ କଂଗ୍ରେସ ବଡ଼ ବଡ଼ କଥା କହିଥାଏ।’’ ‘‘ଆ​‌ମେ ୨୦୨୧ରେ ହିଁ ନ୍ୟୁଜ୍ କ୍ଲିକ୍‌ ବିଷୟରେ ଖୁଲାସା କରିଥିଲୁ ଯେ କିଭଳି ଭାବରେ ବିଦେଶୀ ଫଣ୍ଡିଂ ଆଣ୍ଟି ଇଣ୍ଡିଆ ପ୍ରୋପାଗଣ୍ଡା ଚଳାଉଛନ୍ତି।’’

ଆହୁରି ପଢ଼ନ୍ତୁ: ରାହୁଲ ଗାନ୍ଧୀଙ୍କ ସଂସଦ ସଦସ୍ୟତା ଫେରିବା ପରେ କଂଗ୍ରେସ ମୁଖ୍ୟାଳୟରେ ନାଚ ଗୀତରେ ଝୁମିଲେ କର୍ମୀ, ଖୁସିରେ ମିଠାଇ ଖୁଆଇଲେ କଂଗ୍ରେସ ସଭାପତି

   Related Posts