ପଞ୍ଜାବରେ ଭୋଟିଂ ପୂର୍ବରୁ ବଢ଼ିଲା ଆପ୍‌ର ଅଡ଼ୁଆ, ମନ୍ତ୍ରୀଙ୍କ ବଲକାର ସିଂହଙ୍କ ଅଶ୍ଲୀଳ ଭିଡିଓକୁ ନେଇ ଘେରିଲା ବିଜେପି

Published By : Prameya-News7 Bureau | May 27, 2024 IST

Image Courtesy: India Today

ଅମୃତସର: ପଞ୍ଜାବରେ ଲୋକସଭା ନିର୍ବାଚନ ଭୋଟିଂ ପୂର୍ବରୁ (ଆମ୍‌ ଆଦମୀ ପାର୍ଟି) ଆପ୍‌ ପାଇଁ ଅଡ଼ୁଆ ବଢ଼ିଛି । ପ୍ରକୃତରେ ପଞ୍ଜାବରେ  ସଂସଦୀୟ ମନ୍ତ୍ରୀ ବଲକାର ସିଂହଙ୍କ କଥିତ ଆପତ୍ତିଜନକ ଭିଡିଓ ଭାଇରାଲ ହେଉଛି। ଯାହାକୁ ନେଇ ଏବେ ବିଜେପି ରାଜ୍ୟରେ ଆପ୍‌କୁ ଘେରିଛି। ଆଉ ବିଜେପି ନେତା ବଲକାରଙ୍କ ବହିଷ୍କାର ପାଇଁ ଦାବି କରିଛି।

ବିଜେପି ନେତା ତଜିନ୍ଦର ପାଲ ବଗ୍ଗା ଅଭିଯୋଗ ଆଣିଛନ୍ତି ଯେ, ବଲକାର ସିଂହଙ୍କ ପାଖକୁ ଜଣେ ଯୁବତୀ ଚାକିରି ମାଗିବାକୁ ଆସିଥିଲେ। କିନ୍ତୁ ମନ୍ତ୍ରୀ ତାଙ୍କୁ ପୋଷାକ ଓହ୍ଲାଇବାକୁ କହିଥିଲେ ଆଉ ଭିଡିଓ କଲ୍‌ରେ ଅଶ୍ଲୀଳ କାମ କରିବାକୁ କହିଥିଲେ। ବିଜେପି ମନ୍ତ୍ରୀ ବଲକାର ସିଂହଙ୍କୁ ବରଖାସ୍ତ କରିବା ପାଇଁ ଦାବି କରିଛନ୍ତି। ସେପଟେ ମନ୍ତ୍ରୀ ବଲକାର ସିଂହଙ୍କ ଅଭିଯୋଗ ଉପରେ କହିଛନ୍ତି ଯେ, ତାଙ୍କ ପାଖରେ ଏନେଇ କୌଣସି ସୂଚନା ନାହିଁ। 

ସୂଚନାଥାଉକି, ଜୁନ୍ ୧ରେ ପଞ୍ଜାବର ସବୁ ଆସନରେ ମତଦାନ ହେବ। ଏହା ପୂର୍ବରୁ ହିଁ ଏହି ଭିଡିଓ ଭାଇରାଲ ହୋଇଛି। ଆଉ ଏହା ଉପରେ ବିଜପି ନେତା ତଜିନ୍ଦର ପାଲ ସିଂହ ବଗ୍ଗା, ଭଗଓ୍ବନ୍ତ ମାନଙ୍କୁ ତୁରନ୍ତ ବଲକାରଙ୍କୁ ବହିଷ୍କୃତ କରିବା ପାଇଁ ଦାବି କରିଛନ୍ତି। ଏହି ଘଟଣାରେ ଅଶ୍ଲୀଳ ଭାଇରାଲ ଭିଡିଓ ଉପରେ ପଞ୍ଜାବର ପୂର୍ବ ମୁଖ୍ୟମନ୍ତ୍ରୀ ଚରରଜିତ ସିଂହ ଚନ୍ନୀ ମଧ୍ୟ ଟାର୍ଗେଟ କରିଛନ୍ତି। 

ସେହିଭଳି ରାଷ୍ଟ୍ରୀୟ ମହିଳା ଆୟୋଗ ପଞ୍ଜାବ ବିଧାୟକ ବଲକାର ସିଂହଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗ ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହା ସହ ଏନସିଡବ୍ଲୁ ଅଧ୍ୟକ୍ଷ ରେଖା ଶର୍ମା ମାମଲାରେ ତ୍ବରିତ୍ବ ଏବଂ ନିରପେକ୍ଷ ଯାଞ୍ଚ ପାଇଁ ପଞ୍ଜାବ ଡିଜିପିଙ୍କୁ ଅପିଲ୍‌ କରିବା ସହ ତିନି ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.