କାନପୁର ହିଂସା: ପ୍ରଫେଟ ମହମ୍ମଦଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥିବାରୁ ନୁପୁର ଶର୍ମାଙ୍କୁ ନିଲମ୍ବିତ କଲା ବିଜେପି

Published By : Prameya-News7 Bureau | June 05, 2022 IST

ନୂଆଦିଲ୍ଲୀ: କାନପୁର ହିଂସାରେ ବଡ଼ ଅପ୍‌ଡେଟ୍ ଆସିଛି। ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ବିବାଦୀୟ ବୟାନ ଦେଇଥିବା ବିଜେପି ଜାତୀୟ ପ୍ରବକ୍ତା ନୁପୁର ଶର୍ମାଙ୍କୁ ନିଲମ୍ବିତ କରିଛି ବିଜେପି। ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି ବିଜେପି ହାଇ କମାଣ୍ଡ। କେବଳ ନୁପୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ, ଦିଲ୍ଲୀ ବିଜେପି ମିଡିଆ ଦାୟିତ୍ୱରେ ଥିବା ନଭୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ବହିସ୍କାର କରାଯାଇଛି।

ଜ୍ଞାନବାପୀ ମସଜିଦ୍‌ ମାମଲାକୁ ନେଇ ଆୟୋଜିତ ଏକ ଟିଭି ଡିବେଟ୍‌ରେ ଭାଗ ନେଇ ପ୍ରଫେଟ ମହମ୍ମଦଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ନୁପୁର। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା।

{"width":839,"height":836}

କଣ କହିଲା ବିଜେପି ?

ଜ୍ଞାନବାପୀ ମସଜିଦ୍‌ ମାମଲାକୁ ନେଇ ଆୟୋଜିତ ଏକ ଟିଭି ଡିବେଟ୍‌ରେ ଭାଗ ନେଇ ପ୍ରଫେଟ ମହମ୍ମଦଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ନୁପୁର। ଏହାକୁ ନେଇ ବିବାଦ ହେବା ପରେ ଦଳ ପକ୍ଷରୁ ସ୍ପଷ୍ଟୀକରଣ ଦେଇଥିଲେ ଦଳର ମହାସଚିବ ଅରୁଣ ସିଂହ। ବିଜେପିକୁ ଏଭଳି ବିଚାର ସ୍ୱୀକାର୍ଯ୍ୟ ନୁହେଁ, ଯାହା ଅନ୍ୟ କୌଣସି ଧର୍ମର ଭାବନାକୁ ଆଘାତ ପହଞ୍ଚାଏ। ବିଜେପି ଏଭଳି ବିଚାରକୁ ମାନେ ନାହିଁ କି ପ୍ରୋତ୍ସାହନ ଦିଏ ନାହିଁ ବୋଲି ଅରୁଣ ସିଂହ କହିଛନ୍ତି।  

ନୁପୁରଙ୍କ ବିରୋଧରେ ୩ ମାମଲା

ସେପଟେ ନୁପୁରଙ୍କ ବିରୋଧରେ ଥାନାରେ ୩ ଟି ମାମଲା ହୋଇଛି। ପ୍ରଥମ ଏଫ୍‌ଆଇଆର୍ ମୁମ୍ବାଇରେ ଭାରତୀୟ ସୁନ୍ନୀ ମୁସଲମାନର ସୁନ୍ନୀ ବରେଲବୀ ସଂଗଠନର ରଜା ଅକଦମୀ କରିଛନ୍ତି। ଏସ୍‌ପି ଅଭିଯୋଗରେ ଦ୍ୱତୀୟ ମାମଲା ପୁଣେର କୋଢୱା ଥାନାରେ ହୋଇଛି। ହୋଇଛି। ତୃତୀୟ ମାମଲା ହାଇଦ୍ରାବାଦର ସାଇବର କ୍ରାଇଣ ପୁଲିସ ଷ୍ଟେସନ୍‌ରେ ଜଣେ ପୁଲିସ କର୍ମଚାରୀ କରିଛନ୍ତି। ସମସ୍ତ ମାମଲାରେ ମୁସଲମାନଙ୍କ ଭାବନାକୁ ଆଘାତ କରାଯାଇଥିବା ଅଭିଯୋଗ ହୋଇଛି।

ନୁପୁରଙ୍କ ବିବାଦୀୟ ବୟାନ ଯୋଗୁ ତାଙ୍କ ମୁଣ୍ଡ ଉପରେ ଆଇନର ଖଣ୍ଡା ଝୁଲୁଥିବା ବେଳେ ଏପେଟା ତାଙ୍କୁ ହତ୍ୟା ଓ ଦୁଷ୍କର୍ମ ଧମକ ମଧ୍ୟ ମିଳିଛି। ଟିଭି ଡିବେଟ୍‌ରେ ସେ ଦେଇଥିବା ମନ୍ତବ୍ୟର ଭିଡିଓ କ୍ଲିପ୍‌କୁ ଭାଇରାଲ୍ କରାଯାଉଛି।  

ସେପଟେ ଉତ୍ତର ପ୍ରଦେଶ କାନପୁର ହିଂସା ଘଟଣାରେ ଗିରଫ ସଂଖ୍ୟାକୁ ୨୯କୁ ବୃଦ୍ଧି। ଶୁକ୍ରବାର(ଜୁନ ୩) ପରେଡ ଚୌକରେ ଯେଉଁ ହିଂସା ହୋଇଥିଲା ଏଥିରେ ଗିରଫ ୨୯ ଜଣ ସାମିଲ ଥିବା ପୁଲିସ ସୂଚନା ଦେଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ମୁସ୍ଲିମ ନେତା ହୟାତ ଜାଫର ହାଶ୍ମୀକୁ କାଲି ଗିରଫ କରିଥିଲା ପୁଲିସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.