ବିଲାୱଲ ଭୁଟ୍ଟୋଙ୍କ ବୟାନକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା, ଦେଶବ୍ୟାପୀ ବିକ୍ଷୋଭ କରିବ ବିଜେପି

Published By : Prameya-News7 Bureau | December 17, 2022 IST

ନୂଆଦିଲ୍ଲୀ ୧୭/୧୨: ଆଜି ଦେଶ ବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ଭାରତୀୟ ଜନତା ପାର୍ଟି । ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ମନ୍ତବ୍ୟକୁ ବିରୋଧ କରି ବିଜେପି କାଲି ରାସ୍ତାକୁ ଓହ୍ଲାଇବ । ବିଜେପି ପାକିସ୍ତାନ ହାଇକମିଶନର କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି । ବିଲାୱଲଙ୍କୁ କଡ଼ା ନିନ୍ଦା କରିଛି ।

ଜାତିସଂଘରେ ପାକିସ୍ତାନ ପକ୍ଷରୁ ବକ୍ତବ୍ୟ ରଖିଥିଲେ ପାକ୍ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ । ଏଥିରେ ସେ ସିଧା ଭାରତର ନାଁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରିଥିଲେ । ଭାରତ ଅଧ୍ୟକ୍ଷତାରେ ଜାତିସଂଘର ସୁରକ୍ଷା ପରିଷଦ ବୈଠକ ବସିଥିବା ବେଳେ, ଏଥିରେ ବକ୍ତବ୍ୟ ରଖିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ।

ପାକିସ୍ତାନର ନାଁ ନନେଇ ସେ କହିଥିଲେ, କିଛି ଦେଶ ଆତଙ୍କବାଦୀଙ୍କୁ ସିଧାସଳଖ ପ୍ରୋତ୍ସାହନ ଦେଉଛନ୍ତି । ଓସାମା ବିନ୍ ଲାଡେନର ଉଦାହରଣ ଦେଇଥିଲେ ଜୟଶଙ୍କର । ଯାହାକୁ ନେଇ ବିଲାୱଲ ସିଧା ନିଜସ୍ତରକୁ ଚାଲି ଆସିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରିଥିଲେ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଭାରତ । ଏପଟେ ବିଜେପି ବିଲାୱଲଙ୍କ ମନ୍ତବ୍ୟ ବିରୋଧରେ କାଲି ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବ ବୋଲି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.