ଭୁବନେଶ୍ବର ୧।୭: ଚାଷୀ ସମସ୍ୟାକୁ ନେଇ ରାଜ୍ୟବ୍ୟାପୀ ବିଜେପିର ଆନ୍ଦୋଳନ । ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ବିଭିନ୍ନ ମଣ୍ଡି ଓ ସିଏସଓ ଅଫିସ ଘେରାଓ କରୁଛି ବିଜେପି । ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ପ୍ରତି ଅବହେଳା କରୁଥିବା ଅଭିଯୋଗରେ ବିଜେପି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି ଦଳ । ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଜାରି ରହିଛି । ସମବାୟ ବିଭାଗ ଓ ଯୋଗାଣ ବିଭାଗ ସମସ୍ୟାର ସମାଧାନ କରୁନାହାନ୍ତି । ସାରଠାରୁ କୀଟନାଶକ ପର୍ଯ୍ୟନ୍ତ କିଛି ଚାଷୀ ପାଖରେ ପହଞ୍ଚୁନାହିଁ । ଟୋକନ ବ୍ୟବସ୍ଥାକୁ ନେଇ ଅନେକ ଅଭିଯୋଗ ଆସୁଛି । ପ୍ରତିବର୍ଷ ଫସଲର ସହାୟକ ମୂଲ୍ୟ ବଢୁଛି । କିନ୍ତୁ ଚାଷୀ ପାଇପାରୁନି ।
{"id":473899,"sizeSlug":"large","linkDestination":"none"}ଚାଷୀ ସମସ୍ୟାକୁ ନେଇ ସମ୍ବଲପୁରରେ ରାସ୍ତାକୁ ଓହ୍ଲାଇଲା ବିଜେପି । ସମ୍ବଲପୁର ଜିଲ୍ଲା ବିଜେପି ଗୁରୁବାର ଅଇଁଠାପାଲି ଛକ ନିକଟରେ ରାସ୍ତା ଅବରୋଧ କରିଛି । ଦିନ ୧୦ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ । ଧାନର ଅଭାବୀ ବିକ୍ରିକୁ ଦୃଷ୍ଟିରେ ରଖି ଏହାର ସମାଧାନ ପାଇଁ ଜିଲ୍ଲା ବିଜେପି ଏହି ୨ ଘଣ୍ଟିଆ ଆନ୍ଦୋଳନକୁ ଓହ୍ଲାଇଛି । ଫଳରେ ଅଇଁଠାପାଲି ଜାତୀୟ ରାଜପଥରେ ଗାଡିମଟର ଅଟକି ରହିଛି ।
{"id":473900,"sizeSlug":"large","linkDestination":"none"}ବରଗଡରେ ମଧ୍ୟ ବିଜେପି ପକ୍ଷରୁ ଧାରଣା ଦିଆଯଇଛି । ବାଜପେୟୀ ଛକରେ ବିଜେପି କର୍ମୀ ଏକାଠି ହୋଇ ଚାଷୀଙ୍କ ସପକ୍ଷରେ ସ୍ବର ଉଠାଇଛନ୍ତି । ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବାକୁ ଦାବି କରିଛି ବିଜେପି ।