oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ତିହିଡି ବ୍ଲକ୍ ଭଙ୍ଗାରୁଜା ଘଟଣାରେ ଗିରଫ କର୍ମୀଙ୍କ ପରିବାରକୁ ଭେଟିଲେ ବିଜେପି ରାଜ୍ୟ ସଭାପତି

4/08/2021 at 4:40 PM

ଭଦ୍ରକ ୪।୮: ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ନେଇ ବିକ୍ଷୋଭ ବେଳେ ବ୍ଲକ୍ ପରିସରରେ ଭଙ୍ଗାରୁଜା ଘଟଣାରେ ଗିରଫ କର୍ମୀଙ୍କ ପରିବାରକୁ ଭେଟିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ବିଜେପି ପକ୍ଷରୁ ଆବାସ ଯୋଜନାରେ ଅନିୟମିତତା ନେଇ ପ୍ରତିବାଦ କରାଯାଇଥିଲା । ପ୍ରତିବାଦ ବେଳେ ବ୍ଲକ୍ ପରିସରରେ ଭଙ୍ଗାରୁଜା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ତିହିଡି ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାକୁ ଭଦ୍ରକ ଜିଲ୍ଲା ବିଜେପି ପ୍ରତିବାଦ କରିଥିଲା । ପରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ୍ ଗିରଫ ହୋଇଥିବା ବିଜେପି କର୍ମୀ ଅମର ନାୟକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ଗିରଫ ବେଳେ ଅମରଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଘର କବାଟ ଭାଙ୍ଗି ପୋଲିସ ଗିରଫ କରଥିବା ଘଟଣା ବିଷୟରେ ଆଲୋଚନା କରିଛନ୍ତି । ତେବେ ପୋଲିସର ଏହିଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ସମୀର ମହାନ୍ତି ।

   Related Posts