ଭୁବନେଶ୍ୱର ୦୨।୦୩ : ୨୦୨୪ ନିର୍ବାଚନ ସଜବାଜ । ଗୋଟିଏ ପଟେ ସବୁ ଦଳ ନିର୍ବାଚନୀ ପ୍ରଚାର ନେଇ ଆଗେଇ ଚାଲିଥିବା ବେଳେ ଅନ୍ୟପଟେ ମେଣ୍ଟ ନେଇ ଚାଲିଛି ଚର୍ଚ୍ଚା । ଏସବୁ ଭିତରେ ବିଜେପି-ବିଜେଡି ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ । ବିଜେପି ରାଜ୍ୟ ସଭାପତିଙ୍କ ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ।
wp:embed {"url":"https://www.prameyanews7.com/2024-lok-sabha-election-there-will-be-no-alliance-between-bjp-and-bjd-says-manmohan-samal-after-returning-delhi/","type":"wp-embed","providerNameSlug":"prameya-news-7"}ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ଜାଣିବାରେ କୌଣସି ମେଣ୍ଟ ହେଉ ନାହିଁ। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ମୁଁ କଥା ହୋଇଛି । ଏହାସହିତ ଅନ୍ୟ ନେତାଙ୍କ ସହ ବି କଥା ହୋଇଛି ହେଲେ ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ବିଜେପି ଏକାକୀ ଲଢିବ। ୮୦ ରୁ ଅଧିକ ବିଧାନସଭା ଓ ୧୬ ଲୋକସଭା ଜିତିବା ଭାରତୀୟ ଜନତା ପାର୍ଟି।
wp:embed {"url":"https://www.prameyanews7.com/america-kolkata-dancer-amarnath-ghosh-shot-dead/","type":"wp-embed","providerNameSlug":"prameya-news-7"}