ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ,ଦଳୀୟ ସଂଗଠନ ଏବଂ ରଣନୀତି ନେଇ ହେବ ଆଲୋଚନା
5/09/2022 at 7:43 AM

ଭୁବନେଶ୍ୱର ୦୫।୦୯: ଆଜିଠୁ ବିଜେପି ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶା ପ୍ରଭାରୀ ଦାୟିତ୍ୱ ନେବାପରେ ସୁନୀଲ ବଂଶଲଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ସୁନୀଲ ବଂଶଲଙ୍କୁ ଭୁବନେଶ୍ୱର ଏୟାରପୋର୍ଟରେ ଶତାଧିକ ବିଜେପି କର୍ମୀ ଓ ନେତା ସ୍ବାଗତ କରିବେ।
ବିଜେପି ରାଜ୍ୟ ସଭାପତି, ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ଆଲୋଚନା କରିବେ ସୁନୀଲ ବଂଶଲ। ଦଳର ବିଧାୟକ, ସାଂସଦ ଓ ଦଳର ବିଭିନ୍ନ ପଦାଧିକାରୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଦଳର ସଂଗଠନ ଓ ୨୦୨୪ରଣନୀତି ସଂପର୍କରେ ଆଲୋଚନା ହେବ । ତେବେ ବିଜେଡି କହିଛି ସୁନୀଲ ବଂଶଲଙ୍କ ଗସ୍ତର କୌଣସି ପ୍ରଭାବ ପଡିବନି । ୨୦୨୪ରେ ବିଜେଡିକୁ ବହୁମତ ମିଳିବ ବୋଲି ସରକାରୀ ଦଳ ମୁଖ୍ଯ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।
Related Posts
ହଷ୍ଟେଲ୍ରୁ ଉଦ୍ଧାର ହେଲା +୨ ବିଜ୍ଞାନ ଛାତ୍ରୀଙ୍କ ମୃତଦେହ
2 February 2023